www.samajalive.in
Friday, December 12, 2025
23.1 C
Bhubaneswar

ଖୋଲିଲା ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ବିଦ୍ୟାଳୟ: ପ୍ରଥମ ଦିନରେ ପାଢ଼ ପଢ଼ିଲେ  ୧୪,୪୨,୭୯୦  ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛି। ୩୭,୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଲିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪,୪୫,୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଥିଲେ। ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୯୧ ପ୍ରତିଶତ ରହିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭ ପ୍ରତିଶତ ହୋଇଥିଲା। ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ଼ ସହିତ ବାଲେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, କେଉଁଝର ଏବଂ ସମ୍ବଲପୁର ଜିଲ୍ଲାମାନଙ୍କରେ ଉପସ୍ଥାନ ହାର ବହୁତ ଭଲ ରହିଛି। ମାଧ୍ୟମିକ ସ୍ତରରେ ଅନୁଗୋଳ, କେନ୍ଦ୍ରାପଡ଼ା, କେଉଁଝର, କଟକ, ଗଞ୍ଜାମ, ରାୟଗଡ଼ ଏବଂ ବରଗଡ଼ ଜିଲ୍ଲାରେ ଉପସ୍ଥାନ ଉତ୍ସାହଜନକ ଅଛି। ପ୍ରାଥମିକ ସ୍ତରରେ ଅଷ୍ଟମ ଶ୍ରେଣୀରେ କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନୁଗୋଳ, ବଲାଙ୍ଗୀର, କଟକ, ଦେବଗଡ଼, କେଉଁଝର ଜିଲ୍ଲାମାନଙ୍କରେ ପିଲାମାନଙ୍କ ଉପସ୍ଥାନ ହାର ବହୁତ ଭଲ ରହିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଉପସ୍ଥାନ ମଧ୍ୟ ଖୁବ୍‌ ଭଲ ରହିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି। ବ୍ରହ୍ମପୁରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଉପସ୍ଥାନ ୬୦ ପ୍ରତିଶତ ରହିଥିବାବେଳେ ହିଞ୍ଜିଳିକାଟୁର କଞ୍ଚୁରା ସରକାରୀ ବିଦ୍ୟାଳୟ, କୁକୁଡ଼ାହାଣ୍ଡିର ହୁଗୁଳାପୋଟ୍ଟା କୃଷକ ବିଦ୍ୟାଳୟ, ପାତ୍ରପୁର, ସାମନ୍ତିଆପଲ୍ଲିସ୍ଥିତ ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାଳୟ, ରଙ୍ଗେଇଲୁଣ୍ଡା ବ୍ଲକ୍‌ କଲୋନିସ୍ଥିତ ପିଓପିଏସ୍‌ ଏବଂ ରଙ୍ଗିପୁର ଏନ୍‌ୟୁପିଏସ୍‌(ଅଷ୍ଟମ ଶ୍ରେଣୀ)ରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ଉତ୍ସାହଜନକ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇ ସାରିଛି। ବିଦ୍ୟାଳୟରେ ପଢ଼ୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଅବଶିଷ୍ଟ ୪୫ ପ୍ରତିଶତଙ୍କୁ ଖୁବ୍‌ଶୀଘ୍ର ଟିକା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ। ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ସାନିଟାଇଜେସନ କରାଯାଇଥିଲା। ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଶିକ୍ଷକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ଉପଯୁକ୍ତ କୋଭିଡ ମାର୍ଗଦର୍ଶିକାର କଡ଼ା ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଏବଂ ନିରୀକ୍ଷଣ ଅଧିକାରୀମାନଙ୍କୁ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଖୋଲାଯିବା ପରେ କୌଣସି ସମସ୍ୟା ଉପୁଜିଲେ ଏହାକୁ ତଦାରଖ କରିବାକୁ ଓସେପା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍‌ ଖୋଲାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories