ପାଟଣା (ନିପ୍ର)ଢେଙ୍କିକୋଟ ର ତିନୋଟି ସ୍ଥାନରୁ ରାତି ଚୋରି । ଢେଙ୍କିକୋଟ ବିଦେଶୀ ମଦ ଦୋକାନ ନିକଟ ସାହୁ କମ୍ପ୍ଲେକ୍ସ ସାମ୍ନା ଗ୍ରୀଲ୍ ଚାବି ଭାଙ୍ଗି ଚୋର ଗୋଟିଏ ବାଇକ ନେଇଯାଛନ୍ତି ଲୁଟେରା।
ସେହିପରି ସେବା ମାର୍ଗ ରେ ଥିବା ସାଇ ମୋବାଇଲ ଦୋକାନ ର ସଟର ତାଡି ଦୋକାନ ରେ ଥିବା ଟଙ୍କା ବାକ୍ସ ରୁ ୩୫ ହଜାର ଟଙ୍କା ସହ କିଛି ଖୁଚୁରା ସାମଗ୍ରୀ ଚୋର ନେଇଥିବା ସହ ସିସିଟିଭ କ୍ୟାମେରା ହାର୍ଡ ଡିସ୍କ ମଧ୍ୟ ଚୋର ନେଇଯାଇଛି।
ଖଣ୍ଟଘର ଟୋଲ ଫାଟକ ନିକଟ ଏକ ପାନ ଦୋକାନ ରେ ଥିବା ସମସ୍ତ ସାମଗ୍ରୀ ଚୋର ମାନେ ନେଇଯାଇଛନ୍ତି। ଏନେଇ ଢେଙ୍କିକୋଟ ଫାଣ୍ଡି ରେ ସାଇ ମୋବାଇଲ ମାଲିକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହି ସବୁ ଚୋରି ଘଟଣାର ତଦନ୍ତ କରୁଛି ।



