www.samajalive.in
Thursday, December 11, 2025
13.1 C
Bhubaneswar

ସ୍ୱର୍ଗତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଶହୀଦ ଘୋଷଣା ଓ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ : ଓଜେୟୁ

ସମ୍ବଲପୁର: ଗତ ୫ ତାରିଖରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ପୋରଣରେ ମୃତ୍ୟୁ ବରଣ କରିଥିବା କଳାହାଣ୍ଡି ଜିଲାର ରୋହିତ ବିଶ୍ୱାଳଙ୍କୁ ରାଜ୍ୟ ସରକାର ଶହୀଦ ଘୋଷଣା କରିବା ସହିତ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଓଡିଶା ସାମ୍ବାଦିକ ସଂଘର ସମ୍ବଲପୁର ପକ୍ଷରୁ ଦାବି କରାଯାଇଛି। ସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁଲିସ ଆରକ୍ଷୀ ଅଧିକ୍ଷକ (ଉତ୍ତର ପ୍ରଭାଗ) ଡ. ଦୀପକ କୁମାରଙ୍କୁ ସୋମବାର ସାକ୍ଷାତକାର କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲା ସଭାପତି ହିମାଂଶୁ ଶେଖର ମିଶ୍ର ଓ ସାଧାରଣ ସମ୍ପାଦକ ସରୋଜ ସାହୁଙ୍କ ନେତୃତ୍ୱରେ ସାକ୍ଷାତକାର କରିଥିବା ପ୍ରତିନିଧି ମଣ୍ଡଳ ଦିବଙ୍ଗତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଶହୀଦ ମାନ୍ୟତା ଦେବା ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ କିମ୍ବା ପେନସନ ପ୍ରଦାନ, ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ, ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ରାଶିକୁ ଅନୂନ୍ୟ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି ୧୫ ଲକ୍ଷ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା ଆଦି) ଘଟଣା ସର୍ମ୍ପକିତ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଭୂମିକା କୁ ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବାଳୀ ଜାରି କରିବା, ସାମ୍ବାଦିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦେବା ଏବଂ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସଂଶ୍ଲିଷ୍ଟ ମାଓ ସଙ୍ଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଉପ ସଭାପତି ସୁକାନ୍ତ କର, ଜିଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶଙ୍କର ବେହେରାଙ୍କ ସମେତ ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ଲଳିତ ଶର୍ମା, ବିରାଜ କୁମାର ମିଶ୍ର, ନରେଶ ସେଠ, ସୁବାଶିଷ ପାଢ଼ୀ, ସତ୍ୟଜିତ ମହାପାତ୍ର, ଗୌତମ ମିଶ୍ର, ବାଦସାହା ଜୁସମନ ରଣା, ହରିଶଙ୍କର ମିଶ୍ର, ତୁଶୋବନ୍ତ ଯୋଶୀ, ନୃସିଂହ ବଗର୍ତ୍ତୀ, ମାନସ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories