www.samajalive.in
Saturday, December 6, 2025
26.1 C
Bhubaneswar

ବଡ଼ଡୁମୁରିଆ ଓ ଖୁଣ୍ଟାପଡାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ଝୁମ୍ପୁରା : ଝୁମ୍ପୁରା ବ୍ଲକର ବଡ଼ଡୁମୁରିଆ ଏବଂ ଖୁଣ୍ଟାପଡା ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ଉପ ସଭାପତି ଟୁନା ବାରିକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଜିଲା ସଭାପତି ମାଧବ ସର୍ଦ୍ଦାର, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ୧୭ ନମ୍ବର ଜୋନର ଜିଲାପରିଷଦ ପ୍ରାର୍ଥିନୀ ସୋମବାରୀ ମୁର୍ମୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଲେ ଆଉ ଦିନ କେଇଟା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ନିର୍ବାଚନରେ ପ୍ରତି ଜୋନରୁ ଜିଲାପରିଷଦ ପ୍ରାର୍ଥି ଭାବେ ଠିଆ ହୋଇଥିବା ବିଜେଡି କର୍ମୀଙ୍କୁ ଜିତାଇବା । ଦଳର କର୍ମୀ ମାନଙ୍କ ମଧ୍ୟରେ ରହିଥିବା ମତ ମନାନ୍ତରକୁ ଦୂର କରି ସମସ୍ତ ବିଜେଡି କର୍ମୀ ଏକତ୍ରୀତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଦୁଇ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କର୍ମୀ ସମ୍ମିଳନିକୁ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ମାନେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories