www.samajalive.in
Saturday, December 6, 2025
26.1 C
Bhubaneswar

ଝାଡ଼କୁଦା ଗ୍ରାମରେ ମଣ୍ଡିରୁ ଧାନ ଉଠାଣ ଅବହେଳା ଯୋଗୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ପଂଚାୟତର ଝାଡ଼କୁଦା ଗ୍ରାମର ଚାଷୀଙ୍କ ଅମଳ ଧାନ ମଣ୍ଡି ନେଉନଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏନେଇ ସୋମବାର ଚାଷୀମାନେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ଆଲୋଚନା ପରେ ଆସନ୍ତାକାଲି ଧାନ ନିଆଯିବ ବୋଲି ଯୋଗାଣ ଅଧିକାରୀ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମରେ ଗତ ଜାନୁୟାରୀ ମାସ ୨୬ ତାରିଖରୁ ୭୦ ଜଣ ଚାଷୀଙ୍କୁ ଟୋକେନ୍ ମିଳିଥିବା ବେଳେ ଆସନ୍ତା ୧୭ ତାରିଖରେ ମଣ୍ଡିରେ ଧାନ ବିକ୍ରି ଅରିବାର ଅବଧି ଶେଷ ହୋଇଯାଉଛି। ସେଥି ମଧ୍ୟରୁ ୭ଟି ଟୋକେନରୁ ହିଁ ମିଲର ଆସି ଧାନ ଉଠାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ରାୟ ୯୫ ପ୍ରତିଶତ ଚାଷୀ ରହିଥିବା ବେଳେ ଚାଷୀମାନଙ୍କ ନିକଟରେ ଆହୁରି ୩ ହଜାର ଧାନ ବସ୍ତା ମହଜୁଦ ରହିଛି। ଗତ ବର୍ଷ ଚାଷୀଙ୍କର ୪୫ଟି ଟୋକେନ୍ ଅବଧି ଶେଷ ହୋଇଯାଇଥିବାରୁ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ଯାହାକୁ ନେଇ ଚଳିତ ବର୍ଷ ଚାଷୀମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ଏହି ଆଲୋଚନା ବେଳେ ସରପଞ୍ଚ ଜି ସନ୍ତୋଷ ରେଡି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର ଭାଗ୍ୟ ରେଡି, କେ ରଜନୀ କାନ୍ତ ରେଡି, ଏ.ତାରକେସ ରେଡି, କେ.ଡମ୍ବରୁ ପ୍ରଧାନ, କେ.ପୁରସ୍ତମ ରେଡି, କେ.କ୍ରୀଷ୍ଣା ରେଡି, କେ.ରାମା ରାଓ, ଜି. ଜଗନ୍ନାଥ ରେଡି, ପି.ଚନ୍ଦ୍ର ରେଡି, କେ.ଗୋବିନ୍ଦ ରେଡି ପ୍ରମୁଖଙ୍କ ସମେତ ଗ୍ରାମର ବହୁ ସଂଖ୍ୟକ ଲୋକ ଏମଆଇଙ୍କ ନିକଟରେ ଅଭିଯୋଗ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories