www.samajalive.in
Monday, December 15, 2025
16.1 C
Bhubaneswar

୧୫ ଲକ୍ଷ ଲୁଟ ମାମଲା : ୭ ଦିନ ପରେ ମଧ୍ୟ ପୁଲିସର ହାତ ଖାଲି

ସମ୍ବଲପୁର: ସମ୍ବଲପୁରର ଗେଙ୍ଗୁଟିପାଲି ଠାରେ ଗତ ୩୧ ତାରିଖରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ୧୫ ଲକ୍ଷ ଟଙ୍କା ଲୁଟ ମାମଲାର ୭ ଦିନ ବିତିଯିବା ସତ୍ୱେ ପୁଲିସର ଖାଲି ରହିଛି। ସ୍ପଷ୍ଟ ଦିବାଲୋକରେ ଘଟି ଯାଇଥିବା ଏହି ଚାଞ୍ଚଲ୍ୟକର ମାମଲାରେ ପୁଲିସକୁ ସଫଳତା ମିଳି ପାରିନାହିଁ। ପୁଲିସ ସମସ୍ତ ପ୍ରକାରର କଳ ବଳ ଖଟାଉଥିଲେ ସୁଦ୍ଧା ଅଭିଯୁକ୍ତ ଲୁଟେରା ମାନଙ୍କୁ ଧରିବା ତ ଦୂର ସେମାନଙ୍କର ସୁରାକ ମଧ୍ୟ ପାଇ ପାରୁ ନାହିଁ। ସିସିଟିଭି ଫୁଟେଜ ଥିବା ସତ୍ତ୍ବେ କିନ୍ତୁ ଆଜି ପର୍ଯ୍ୟନ୍ତ ଧରି ନ ପାରିବା ଘଟଣାରେ ପୁଲିସର ଅପାରଗତାକୁ ଦର୍ଶାଉଛି। ଢ଼ିଲା ପଡିଯାଇଥିବା ସମ୍ବଲପୁର ପୁଲିସ ପାଇଁ ଅପରାଧିମାନେ ଏବେ ଖୋଲାଖୋଲି ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ କିନ୍ତୁ ଏହି ମାମଲା ଏବେ ଜଞ୍ଜାଳ ସାଜିଛି। ଏଣୁ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରୁ ସମସ୍ତଙ୍କ ଧ୍ୟାନ ହଟାଇବା ଓ ନିଜର ବିଫଳତାକୁ ଲୁଚାଇବାରେ ଶତଚେଷ୍ଟିତ। କୌଣସି ଅଧିକାରୀ ମୁହଁ ଖୋଲିବାକୁ ରାଜି ହେଉ ନ ଥିବା ବେଳେ କେବଳ କିଛି ସୁରାକ ମିଳିଛି ଏବଂ ତଦନ୍ତ ଚାଲିଛି ବୋଲି ସଫେଇ ଦେଉଛନ୍ତି।

ଅପରପକ୍ଷରେ ସମ୍ବଲପୁର ପୁଲିସ ଧୁମିଳ ଛବି ଏହା ଦ୍ୱାରା ବେଶ ନିମ୍ନଗାମୀ ହେବା ସହିତ ଜନତାଙ୍କ କଟୁ ସମାଲୋଚନାର ସରବ୍ୟ ହେଉଥିବାରୁ ପୁଲିସ ଗଡି ଚାଲୁଥିବା କିଛି ମାମଲା ଗୁଡିକର ଅପରାଧି ଏବଂ କିଛି ସାମଗ୍ରୀ ଧରି ଛବି ସୁଧାର କାର୍ଯ୍ୟରେ ବେଶ ସକ୍ରିୟ। ୧୫ ଲକ୍ଷ ଲୁଟ ମାମଲାରେ ପୁଲିସର ତଦନ୍ତ ଅଗ୍ରଗତି କରୁ ନ ଥିବା ବେଳେ କିନ୍ତୁ ଏହି ଘଟଣା ଘଟିବାର ମାତ୍ର ୭ ଦିନ ମଧ୍ୟରେ ସ୍ୱତଃପ୍ରବୃତ୍ତ ଭାବରେ ଜିଲାର ବିଭିନ୍ନ ଥାନା ଗୁଡିକ ଯଥା ରେଙ୍ଗାଲିରେ ସୁନା ଠକେଇ କରି ଲୁଟ ଘଟଣାରେ ୪ ଗିରଫ, ଶାସନ ଥାନାରେ ହୋଇଥିବା ଲୁଟ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ୬ ଗିରଫ, ବୁର୍ଲା ଥାନା ଦ୍ୱାରା ୧୦ ଚୋରି ବାଇକ ଉଦ୍ଧାର ଓ ୩ ଗିରଫ, ରେଢ଼ାଖୋଲ ଥାନା ଦ୍ୱାରା ଲୁଟ ଚେନ ସହିତ ୨ ଗିରଫ, ଧମା ଥାନା ଦ୍ୱାରା ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଲୁଟ ଘଟଣାରେ ଜଣକୁ ଗିରଫ, ଧନୁପାଲି ପୁଲିସ ଦ୍ୱାରା ଗୋଚାଲାଣ ମାମଲା ଓ ରେଳଯାତ୍ରୀଙ୍କୁ ଲୁଟ ଆଦି କରି ସମୁଦାୟ ୭ଟି ମାମଲାକୁ ସମାଧାନ କରିଥିବାର ଗଣାମାଧ୍ୟମଙ୍କ ଜରିଆରେ ସୂଚନା ଦିଆଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories