www.samajalive.in
Saturday, December 6, 2025
23.1 C
Bhubaneswar

ଅନୁଦାନ ଅର୍ଥର ସଦୁପଯୋଗ ହେଉ – ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଦିନିକିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟକୁ ମିଳିଥିବା ଅନୁଦାନ ଅର୍ଥର ସଠିକ ଢଙ୍ଗରେ ଉପଯୋଗ ହେଲେ ରାଜ୍ୟର ବିକାଶ ହୋଇପାରିବ। କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଏବଂ ବଜେଟ-୨୦୨୨’ ପ୍ରସଙ୍ଗରେ ଦେଶବାସୀଙ୍କୁ ଜଣାଇବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ଅବସରରେ ଆଜି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ସ୍ତିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବଜେଟ ଓ ସେଥିରେ ଓଡିଶାକୁ ମିଳିଥିବା ଅର୍ଥ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ ଚାଷୀଙ୍କୁ ମିଳୁଥିବା ଅର୍ଥ ଯେଭଳି ବାଟମାରଣା ନ ହେବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଚାଷୀଙ୍କ ଖାତାକୁ ନ୍ୟୁନତମ ସହାୟକ ମୂଲ୍ୟ ଅର୍ଥ ସିଧାସଳଖ ପଠାଯିବ। ସେ ମଧ୍ୟ ଚଳିତ ଥର ଓଡ଼ିଶାକୁ ରେଳ ବଜେଟରେ ଅଧିକ ଅର୍ଥ ମିଳିଥିବା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ ରେଳ କ୍ଷେତ୍ରରେ ୨୦୧୪ରୁ ୨୦୧୯ ଯାଏ ହାରହାରି ବାର୍ଷିକ ୪୧୨୬ କୋଟି ଟଙ୍କା ବ୍ୟୟବରାଦ ବୃଦ୍ଧି କରିଥିଲେ। ପରେ ୨୦୧୯ରୁ ମଧ୍ୟ ଏହି ବ୍ୟୟ ବରାଦ ବୃଦ୍ଧି କରାଯାଇଛି।

- Advertisement -

ଚଳିତ ବର୍ଷ ବଜେଟରେ ରେକର୍ଡ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ କହିଛନ୍ତି। ଏହି ଅର୍ଥରେ ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ଉନ୍ନୀତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗତ ଡିସେମ୍ବର ମାସରେ ୩ ହଜାର ୯୯୩ଟି ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଅର୍ଥ ରାଶି ମଂଜୁର କରିଛନ୍ତି। ଏହା ଛଡ଼ା କୌଣସି ଗାଁ ଯଦି ଏହା ବାହାରେ ରହିଯିବ ସେଠାରେ ଟାୱାର ମଧ୍ୟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।ଏହା ପୂର୍ବୋଦୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories