www.samajalive.in
Saturday, December 6, 2025
19.1 C
Bhubaneswar

ସୁରେଶ ରାଇନାଙ୍କ ପିତୃ ବିୟୋଗ; ଭାରତୀୟ ସେନାରେ ଥିଲେ ସାମିଲ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚନ୍ଦ ରାଇନାଙ୍କର ରବିବାର ପରଲୋକ ଘଟିଛି। ତ୍ରିଲୋକଚନ୍ଦ ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ତ୍ରିଲୋକଚଚନ୍ଦ ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ ଓ ସେ ବୋମା ତିଆରି କରିବାରେ ପାରଙ୍ଗମ ଥିଲେ। ରାଇନାଙ୍କ ପିତାଙ୍କ ପୈତୃକ ଗାଁ ଜମ୍ମୁ-କାଶ୍ମୀରର ‘ରେନୱାରୀ’ରେ ଅବସ୍ଥିତ। ୧୯୯୦ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପରେ ତାଙ୍କ ପିତା ଗାଁ ଛାଡି ଦେଇଥିଲେ। ଏହାପରେ ସପରିବାର ମୁରାଦନଗର ସହରରେ ବସବାସ କରିଥିଲେ।

- Advertisement -

ସୁରେଶ ରାଇନାଙ୍କ ପିତାଙ୍କ ମାସିକ ଆୟ ୧୦,୦୦୦ ଟଙ୍କା ଥିଲା, ତେଣୁ ସେ ତାଙ୍କ ପୁଅକୁ ମୋଟା ଅଙ୍କର କ୍ରିକେଟ୍‌ ପ୍ରଶିକ୍ଷଣ ଦେୟ ଦେବାକୁ ଅସମର୍ଥ ଥିଲେ। ତ୍ରିଲୋକଚନ୍ଦଙ୍କ ଚିନ୍ତା ସେତେବେଳେ ଦୂର ହେଲା, ଯେତେବେଳେ ୧୯୯୮ରେ ରାଇନା​‌ ଲକ୍ଷ୍ନୌର ଗୁରୁ ଗୋବିନ୍ଦ ସିଂହ କ୍ରୀଡ଼ା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।

ସୁରେଶ ରାଇନା ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ପିତା ଦେହାନ୍ତ ହୋଇଥିବା ସୈନିକମାନଙ୍କ ପରିବାରର ଦେଖାଶୁଣା କରୁଥିଲେ। ସେ ଏହି ପରିବାରମାନଙ୍କୁ ଆର୍ଥିକ ସହାୟତା କରୁଥିଲେ। ଏଥିସହ ସେମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇ ଦେଉଥିଲେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories