www.samajalive.in
Sunday, December 14, 2025
14.1 C
Bhubaneswar

ପଡେକାନୀରେ ମା’ ଠାକୁରାଣୀଙ୍କ ବଲାଣି ପର୍ବ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅଧିନସ୍ଥ ପଡେଇକାନିଗାଁରେ ମା ଠାକୁରାଣୀଙ୍କ ବଲାଣି ପର୍ବ ପାଳିତ ହୋଇଛି। ବଲାଣି ପ୍ରତ୍ୟେକ ବର୍ଷର ମାର୍ଗଶିର ମାସ ଠାରୁ ମାଘ ମାସ ମଧ୍ୟରେ ଆଦିବାସୀ ପରମ୍ପରା ଅନୁସାରେ ପୂର୍ବପୁରୁଷ ଠାରୁ ପାଳିତ ହୋଇଆସୁଛି। ଗାଁରେ ପ୍ରାୟ ୪୫ ଆଦିବାସୀ ପରିବାର ରହିଛନ୍ତି। ଏମାନଙ୍କ ମଧ୍ୟରେ ଘର ପିଛା ସାତ ଶହ ଟଙ୍କା ଲେଖାଏଁ ଆଦାୟ କରି ପରମ୍ପରା ଅନୁଯାୟୀ ତିନିଦିନ ଧରି ଧୁମଧାମରେ ବଲାଣି ପର୍ବ ପାଳନ କରିଥାନ୍ତି।

ବଲାଣି ପର୍ବର ପୂର୍ବଦିନ ରାତିରେରେ ମା’ ଗ୍ରାମଦେବୀଙ୍କ ଠାରେ ବାଜାବଜାଇ ବେଜୁଣି (ପୂଜାରୀ) ପୂଜାପାଠ କରିବା ପରେ ତା ଦେହକୁ କାଳସୀ ଆଶ୍ରୟ ହୋଇଥାଏ। ସେହି ସମୟରେ ଲୋକମାନେ ଗୁହାରି ଜଣାଇ ମାନସିକ କରିଥାନ୍ତି। ଏହି ଆଦିବାସୀମାନେ ଗାଁରେ ଯେଉଁ ପରିବାରରେ ଜ୍ବର ବା କୌଣସି ରୋଗ, ଭଲ ଫସଲ ଅମଳ ନହେଲେ ଘରେ ବେଜୁଣି ବସାଇ ପୂଜା କରିବା ସହ ମାନସିକ କରିଥାନ୍ତି। ସେମାନଙ୍କ ମାନସିକ ପୂରଣ ହେଲେ ବଲାଣି ପର୍ବରେ ନଡ଼ିଆ ପୂଜା କରିବା ପରେ କୁକୁଡ଼ା, ପାରା, ଛେଳି, ଗୋରୁ ବଳି ଦେଇଥାନ୍ତି। ଯଦି ଗାଁରେ ବଳି ନ ଦିଅନ୍ତି ତାହାହେଲେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି କାମାୟା ପିଡ଼ିସିକା, ଭିକ ପିଡ଼ିସିକା, ସାଙ୍ଗନା କାଡ୍ରାକା ପ୍ରମୁଖ ଗ୍ରାମବାସୀ କହିଛନ୍ତି। ଏହା ଧୁମଧାମରେ ପାଳନ କରାଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories