www.samajalive.in
Sunday, December 14, 2025
16.1 C
Bhubaneswar

ରଣଜୀରେ ପୂଜାରା, ରାହାଣେ ରନ୍‌ କରିବେ : ଗାଙ୍ଗୁଲି

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଖରାପ ବ୍ୟାଟିଂ ପ୍ରଦର୍ଶନ ପରେ ଭାରତୀୟ ଦଳର ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଭାରତୀୟ ମନୋନୟନକାରୀ ଦ୍ବନ୍ଦ୍ବରେ ପଡୁଛନ୍ତି। ଘରୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଦୁଇ ଖେଳାଳିଙ୍କୁ ସୁଯୋଗ ମିଳିବା​‌ ନେଇ ଏବେ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରଣଜୀ ଟ୍ରଫିରେ ପୂଜାରା ଓ ରାହାଣେ ଏକାଧିକ ରନ୍‌ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିଫଳ ହେବା​‌ ସତ୍ତ୍ବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଦଳୀୟ ମ୍ୟାନେଜମେଣ୍ଟ। କିନ୍ତୁ ଦୁଇ ବରିଷ୍ଠ ବ୍ୟାଟ୍‌ସମ୍ୟାନ ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ମଧ୍ୟ ବିଫଳ ହୋଇଥିଲେ। ପୂଜାରା ୩ଟି ଟେଷ୍ଟ ମ୍ୟାଚରୁ ୨୦,୬୬ ପ୍ରତିଶତ ହାରରେ ୧୨୪ ଓ ରାହାଣେ ୨୨.୬୬ ପ୍ରତିଶତ ହାରରେ ୧୩୬ରନ କରିଥିଲେ। ଉକ୍ତ ସିରିଜ୍‌ରେ ବିଫଳତା ପରେ ଦୁଇଜଣଙ୍କ ଏହା ଶେଷ ଟେଷ୍ଟ ମ୍ୟାଚ ବୋଲି ଚର୍ଚ୍ଚା ମଧ୍ୟ ଧରିଥିଲା। ଏବେ ଦୁଇ ଖେଳାଳି ଚାପରେ ରହିଥିବାବେଳେ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ ଉପରେ ନଜର ରହିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବାକୁ ପଡିବ। କାରଣ ଦୁଇ ଖେଳାଳିଙ୍କ ସ୍ଥାନ ନେବ​‌ା ନେଇ ଏବେ ହନୁମା ବିହାରୀ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ପୂଜାରା ଓ ରାହାଣେ ଉଭୟେ ଭଲ ବ୍ୟାଟ୍‌ସମ୍ୟାନ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ରଣଜୀ ଟ୍ରଫିରେ ଦୁଇ ଖେଳାଳି ଭଲ ରନ କରିବା ନେଇ ଆଶାବାଦୀ ବୋଲି ଗାଙ୍ଗୁଲି କହିଛନ୍ତି। ରଣଜୀ ଟ୍ରଫି ଖେଳାଳିମାନଙ୍କ ଦକ୍ଷତା ଓ ଫର୍ମକୁ ଫେରିବା ନେଇ ଉପଯୁକ୍ତ ମାଧ୍ୟମ। ରଣଜୀ ଟ୍ରଫିରେ ଖେଳି ଏକାଧିକ ଖେଳାଳି ମଧ୍ୟ ରନ୍‌ କରି ଫର୍ମକୁ ଫେରିବାର ନଜିର ରହିଛି ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷରେ ଗାଙ୍ଗୁଲି କହିଛନ୍ତି ଯେ, ରଣଜୀ ଟ୍ରଫି ୨୦୨୧-୨୨ ଆୟୋଜନ ଏବେ ବିସିସିଆଇ ପାଇଁ ବଡ ଆହ୍ବାନ ହୋଇଛି। ଏହା ଘରୋଇ କ୍ରିକେଟର ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ଖେଳାଳିମାନଙ୍କ ଦକ୍ଷତାକୁ ମୂଲ୍ୟାୟନ କରିବାର ବଡ ମାଧ୍ୟମ। ଉକ୍ତ ପ୍ରତିଯୋଗିତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବାବେଳେ କରୋନା ପାଇଁ ସ୍ଥଗିତ କରି ଦିଆଯାଇଥିଲା। ଏବେ ରଣଜୀ ଟ୍ରଫି ୨୦୨୧-୨୨ ଫେବୃଆରୀ ୧୦ରୁ ଜୁନ୍‌ ୨୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି। କୁଚବିହାର ଟ୍ରଫି ଆରମ୍ଭରୁ କରୋନାର ତୃତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଥିଲା। ଫଳରେ ପ୍ରତିଯୋଗିତାକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଛି। ସିନିୟର ମହିଳା କ୍ରିକେଟ ସହ କୁଚବିହାର ଟ୍ରଫି ନକ୍‌ଆଉଟ୍‌କୁ ଶେଷ କରିବା ନେଇ ଆମେ ଲକ୍ଷ୍ୟ ରଖିଛୁ ବୋଲି ଗାଙ୍ଗୁଲି କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories