କୋରାପୁଟ : ମାଳଭୂମି କୋରାପୁଟ ଜିଲାର କୋଟିଆ ଗ୍ରାମ ପଞ୍ଚାୟତର ଡୋଳିଆମ୍ବଠାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଫଳ ଫଳିଛି । ଗତ ୩ ମାସ ତଳେ କୋଟିଆ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଡୋଳିଆମ୍ବ ଅଞ୍ଚଳରେ ଉକ୍ତ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଥିବା ଚିହ୍ନଟ କରାଯାଇଥିଲା । ପରେ ୫ ଏକର ଜମିରେ ଚାଷ କରାଯାଇଥିଲା। ଏପ୍ରିଲରୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇ ଥିଲା। ବର୍ତ୍ତମାନ ଷ୍ଟ୍ରବେରୀ ଫଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗାଁର ୩ଟି ସ୍ବୟଂହାୟକ ଗୋଷ୍ଠୀ ସମେତ ପ୍ରାୟ ୪୫ ଘରର ଲୋକେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଜମି ପ୍ରସ୍ତୁତ କରିଥିଲେ। ପୁନେରୁ ଉନ୍ନତଧରଣର ଚାରା ଅଣାଯାଇ ଚାଷରେ ବ୍ୟବହୃତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଉଥିବା ଜଣାପଡିଛି। ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ରଖିଛି ପ୍ରଶାସନ। ବିକ୍ରିବଟା ବ୍ୟବସ୍ଥା ମଧ୍ୟ ପ୍ରଶାସନ କରିବ ବୋଲି ଜଣାପଡିଛି। ଆଗକୁ ଭବିଷ୍ୟତରେ କୋରାପୁଟ କଫି ଭଳି କୋରାପୁଟ ଷ୍ଟ୍ରବେରୀ ମଧ୍ୟ ସୁନାମ ଆଣିବ ବୋଲି କୁହାଯାଉଛି।
କୋଟିଆରେ ଫଳିଲା ଷ୍ଟ୍ରବେରୀ
Popular Categories



