www.samajalive.in
Sunday, December 7, 2025
26.1 C
Bhubaneswar

ବାରଣାସୀରେ ୫୫୭କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀଠାରେ ୫୫୭କୋଟି ୩୯ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପୁରୁଣା କାଶୀଠାରେ ଏକ ସମନ୍ୱିତ ବିଦ୍ୟୁତ୍‍ ବିକାଶ ଯୋଜନା ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଅଟଳ ନବୋନ୍ମେଷ କେନ୍ଦ୍ର ଉଦ୍‍ଘାଟନ କରିଛନ୍ତି।
ଏହି ଅବସରରେ ସାଧାରଣ ଜନତାଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବାରାଣାସୀକୁ ପୂର୍ବ ଭାରତର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାର ଯଥାସମ୍ଭବ ଉଦ୍ୟମ କରିଛନ୍ତି। ବାରଣାସୀ ସହରର ରିଙ୍ଗରୋଡ଼ କଡରେ ନୂଆ ସଡ଼କମାନ ନିର୍ମାଣ କରାଯାଉଛି ଓ ଚାରିବର୍ଷ ପରେ ଏହାର ସୁଫଳ ଦେଖିବାକୁ ମିଳିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ସହରକୁ ଅନ୍ୟାନ୍ୟ ରାଜ୍ୟ ସହ ବିଭିନ୍ନ ସଡ଼କ ମାଧ୍ୟମରେ ସଂଯୋଗ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୪ବର୍ଷ ଭିତରେ ରେଳ ସଂଯୋଗ ମଧ୍ୟ ବହୁଗୁଣ ବୃଦ୍ଧି ପାଇଛି। ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଛି ଓ ଘାଟଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ଆକର୍ଷଣୀୟ କରାଯାଇପାରିଛି। ଆସନ୍ତା ବର୍ଷ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଉଥିବାରୁ ବାରାଣାସୀ ଉପରେ ସମସ୍ତଙ୍କର ନଜର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories