www.samajalive.in
Saturday, December 6, 2025
16.1 C
Bhubaneswar

ପିଲାଙ୍କୁ ବେଶ ପସନ୍ଦ ଆସିବ ଏହି ରୋଲ୍‍

ଆବଶ୍ୟକ ସାମଗ୍ରୀ
କୋରା ପନୀର – ୧୦୦ ଗ୍ରାମ
ମଇଦା ଚକଟା – ଆବଶ୍ୟକ ପରିମାଣରେ
ଚକଟା ଆଳୁ – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୨ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଚାଟ  ମସଲା – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
କଟା ବନ୍ଧାକୋବି ଅଳ୍ପ
କୋରା ଗାଜର – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କୋରା ପନୀର, ସିଝା ଆଳୁ, ଲୁଣ, ଲେମ୍ବୁ ରସ, ହଳଦୀ ଗୁଣ୍ଡ, ଆମଚୁର ଗୁଣ୍ଡ, ଚାଟ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏହାକୁ ଲମ୍ବା ଆକୃତିର କବାବ ଭଳି ହାତରେ କରି ଦିଅନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କବାବକୁ ତେଲରେ ସେକି ଦିଅନ୍ତୁ। ସେକିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କୋରା ଗାଜର ଓ ବନ୍ଧାକୋବିରେ ଚାଟ ମସଲା ଓ ଲୁଣ ପକାଇ ଗୋଳାଇ ରଖନ୍ତୁ। ଏହାପରେ ପୁଣି ଗ୍ୟାସରେ ତାୱାରେ ବସାଇ ମଇଦା ଦଳାରୁ ପରଟା ଆକୃତିର ବେଲି ପରଟା ପ୍ରସ୍ତୁତ କରି ଏହାକୁ ଘିଅରେ ନରମ ଭାବେ ସେକନ୍ତୁ। ସେକିବା ପରେ ଏହି ପରଟା ମଧ୍ୟରେ ପ୍ରସ୍ତୁତ କବାକୁ ରଖି ରୋଲ ଆକୃତିର କରନ୍ତୁ। ଏହାଉପରେ ପ୍ରସ୍ତୁତ ସାଲାଡ଼କୁ ଏହି ପରଟା ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରୋଲ୍‍ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories