www.samajalive.in
Saturday, December 6, 2025
16.1 C
Bhubaneswar

ନୀଳାଚଳ ଇସ୍ପାତକୁ କିଣିବ ଟାଟା- ଏତିକି କୋଟି ଟଙ୍କାରେ କିଣିବ

ଭୁବନେଶ୍ୱର – ଯାଜପୁରରେ ଥିବା ନୀଳଚଳ ଇସ୍ପାତକୁ ଟାଟା କିଣିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ବ୍ୟାପର କମିଟି ଏହି ନିଷ୍ପତ୍ତି ନେଇଛି । ୧୨ ହଜାର ୧୦୦ କୋଟି ଟଙ୍କାରେ ନିଲାମ କରାଯାଇଥିବା ସୂଚନା ଦିଆଯାଇଛି । ଗତ ଦୁଇ ବର୍ଷ ହେବ ପ୍ରବଳ କ୍ଷତି ଯୋଗୁଁ ଏହି କମ୍ପାନୀ ବନ୍ଦ ରହିଛି । ମାର୍ଚ୍ଚ ୩୦, ୨୦୨୦ ମସିହାଠାରୁ ଏହି କମ୍ପାନୀ ବନ୍ଦ ରହିଛି । ଏଥିପାଇଁ ସରକାର ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ଡକାଯାଇଥିବା ନିଲାମ ପ୍ରକ୍ରିୟାରେ ଜିନ୍ଦଲ,ଟିଏସ୍‌ଏଲ୍‌ପି ଏବଂ ନଲଓ୍ୱା ଷ୍ଟିଲ୍‌ ଆଣ୍ଡ ପାଓ୍ୱାର ଅଂଶ ଗ୍ରହଣ କରିଥିଲେ । ଟାଟାଷ୍ଟିଲ୍‌ ଆଣ୍ଡ ପାଓ୍ୱାର ସର୍ବାଧିକ ମୂଲ୍ୟ ଦେଇଥିବାରୁ ଏହାକୁ ବିକ୍ରି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି । ନୀଳାଚଳ ଇସ୍ପାତ ଉପରେ ୬ ହଜାର ୬ ଶହ କୋଟିରୁ ଅଧିକ ଟଙ୍କାର ଋଣ ଏବଂ ଆର୍ଥିକ ବୋଝ ରହିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories