ସାମାଜିକ କର୍ମୀ ଚିତରଂଜନ ନନ୍ଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଜଂଳି

ସାରନଗରୀ: ଦକ୍ଷିଣ ରାଉରକେଲାର ଜଣାଶୁଣା ସାମାଜିକ କର୍ମୀ ଚିତ ରଂଜନ ନନ୍ଦଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଜଂଳି ଜ୍ଞାପନ କରାଯାଇଛି। ଆଜି ରବିବାର ଅପରାହ୍ନରେ ସାରନଗରୀସ୍ଥିତ ପୁଷ୍ପା ପାର୍କ ଠାରେ ସାମାଜିକ କର୍ମୀ ସମାଇ ସୋରେନଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତଃ ଚିତ ରଂଜନ ନନ୍ଦଙ୍କ ଉଦ୍ଦେଶ୍ୟରେ ଏକ ନିରାଡ଼ମ୍ବର ଶ୍ରଦ୍ଧାଜଂଳି ସଭା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଆୟୋଜିତ ହୋଇଯାଇଛି। ସଭା ପ୍ରାରମ୍ଭରେ ସ୍ୱର୍ଗତଃ ଚିତ ରଂଜନ ନନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରଦୀପ ପ୍ରଜ୍ୱଳନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଥିଲ। ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ସଭା ପରିଚାଳନା କରିଥିଲେ।

ଏହି ଅବସରରେ ବକ୍ତାମାନେ ସ୍ୱର୍ଗତଃ ନନ୍ଦଙ୍କୁ ଅନନ୍ୟ ବ୍ୟକ୍ତିତ୍ୱ ଉପରେ ସ୍ମୃତିଚାରଣ କରିଥିଲେ। ତାଙ୍କର ଅବର୍ତମାନରେ ତାଙ୍କ ଭଳି ଜଣେ ପରୋପକାରୀ, ବନ୍ଧୁବତ୍ସଳ, ସମାଜସେବୀଙ୍କ ସ୍ଥାନ ଶୂନ୍ୟ ପଡ଼ିବା ସହ ସାରନଗରୀ ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଜଂଳି ସଭାରେ ମତପ୍ରକାଶ ପାଇଥିଲ। ଏହି ଶ୍ରଦ୍ଧାଜଂଳି ସଭାରେ ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା, ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି.ପି ରାୟ, ସୃଜନୀ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ର ବେହୁରିଆ, ମୁଣ୍ଡାଯୋର ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ର, ଚନ୍ଦ୍ରିକାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମହାନ୍ତି, ଉତ୍କଳମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାହୁ, ବରିଷ୍ଠ ଶିକ୍ଷକ ବିପିନ କୁମାର ସିହ୍ନା, କାଳନ୍ଦୀଚରଣ ଶତପଥି, ଆଇନଜିବୀ ସଂଜୟ ବଳ, ପ୍ରଧ୍ୟାପକ ଶ୍ରୀକାନ୍ତ ନାଥଶର୍ମା, କମଳାକାନ୍ତ ପତି, ସାଧୁଚରଣ ମହାନ୍ତ, ସନାତନ ସାହୁ, ପଦ୍ମଲୋଚନ ଡ଼ୋରା, ରଧେଶ୍ୟାମ ଚିକ, ବାସୁଦେବ ସାହୁ, ଚାନ୍ଦମଣୀ ନାୟକ, ଶ୍ରୀଧର ସେଠୀ, ଭଗବାନ ସାମନ୍ତସିଂହାର, ନରେନ୍ଦ୍ର ମଲ୍ଲିକ, ସୁକନାଥ ବିଶୋଇ, ସୁଦର୍ଶନ ପଣ୍ଡା, ଭଗବାନ ଚନ୍ଦ୍ର ପଣ୍ଡା, ଅନିରୁଧ ସେଠୀ, ସୁକାନ୍ତ ମହାନ୍ତି ସମେତ ସେକ୍ଟର ୨୨ଏମ୍ପୋଲୋଇଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟ, ସ୍ଥାନୀୟ ଅଂଚଳର ସ୍ୱେଛାସେବୀ ଅନୁଷ୍ଠାନ, ବୁଦ୍ଧିଜିବୀ, ସମାଜସେବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.