BJD Bijuli 480×75 Mob

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା ହୋଇ କର୍ମଚାରୀଙ୍କ ମୃତ୍ୟୁ

BJD Bijuli 480×75 Mob

ବେଲଗାଁ :  ଟିଟିଲାଗଡ଼ ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକ ନିକଟରେ କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର ସାହୁଙ୍କ ବୋଲି ସୂଚନା ମଳିଛି ।  ପ୍ରକାଶ ଯେ ରମେଶ ବଡ଼ମାଳରୁ  ଟିଟିଲାଗଡ଼ ଆସୁଥିବା ବେଳେ କାରରେ ପୁଲିସ ଅଧିକାରୀ ଶ୍ରୀ ସାହୁ ଆସୁଥିଲେ। କାରଟିକୁ ସର୍ବେଶ୍ୱର ପାତ୍ର ଚଳାଉଥିଲେ। ତେବେ ଗୋଏଲଭାଡି ଛକ ଆଗକୁ ବୁଲାଣି ନିକଟରେ ଦ୍ରୁତ ଗତିରେ ମାଡି ଆସୁଥିବା ବାଇକ ଆରୋହୀଙ୍କ ସହ ଧକ୍କା ଏଡାଇବା ପାଇଁ ତାଙ୍କ ଗାଡି ଚାଳକ ଜୋରରେ ବ୍ରେକ ଲଗାଇଥିଲେ। ଏନେଇ ତାଙ୍କ କାର ଦୁଇ ପଲଟି ଖାଇ ଚୁରମାର ହୋଇ ଯାଇଥିଲା।  ହେଲେ ଦୁର୍ଘଟଣା ଘଟି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାରୁ ଶ୍ରୀ ସାହୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ରମେଶଙ୍କ ଦୁର୍ଘଟଣା ଖବର ପାଇ ଗୋଳାବାରୁଦ କାରଖାନାର ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

Comments are closed.