www.samajalive.in
Saturday, December 6, 2025
15.1 C
Bhubaneswar

ଏନସିସି ରାଲି : ଯୁବକମାନେ ହେଉଛନ୍ତି ଭାରତର ପ୍ରକୃତ ଶକ୍ତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଆୟୋଜିତ ଏନସିସି ରାଲି -୨୦୨୨ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ଦେଶର ଯୁବକମାନଙ୍କ ଉପରେ ଗୁରୁ ଦାୟିତ୍ଵ ରହିଛି ବୋଲି କହିଛନ୍ତି । ଯୁବ ଶକ୍ତି ହେଉଛି, ଭାରତର ଶକ୍ତି। ଦେଶକୁ ବିକାଶ ପଥରେ ଆଗେଇ ନେବାରେ  ସେମାନଙ୍କ କାନ୍ଧରେ ଗୁରୁ ଦାୟିତ୍ଵ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ରାଷ୍ଟ୍ର ପ୍ରଥମ, ଏହି ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବା ଯୁବକମାନଙ୍କୁ କେହି କେବ‌େ ଲକ୍ଷ୍ୟ ପଥରୁ ବିଚ୍ୟୁତ କରି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ​‌

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ‘ମୁଁ ଗର୍ବିତ ଯେ ମୁଁ ମଧ୍ୟ ଏନସିସିର ଜଣେ ସକ୍ରିୟ ସଦସ୍ୟ ଥିଲି। ଏନସିସିକୁ ସୁଦୃଢ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ସମାବେଶରେ ବହୁ ସଂଖ୍ୟକ ବାଳିକା କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ଯାହା ଭାରତ ଆଜି ଦେଖୁଛି। ମୁଁ ଏନସିସିରେ ପାଇଥିବା ତାଲିମ, ଯାହା ମୁଁ ଶିଖିବାକୁ ପାଇଲି, ଆଜି ଦେଶ ପ୍ରତି ମୋର ଦାୟିତ୍ଵ  ତୁଲାଇବାରେ ମୁଁ ଅପାର ଶକ୍ତି ପାଇଛି।

- Advertisement -

ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଏନସିସିରର ଏହି ବାର୍ଷିକ ପ୍ୟାରେଡ୍ ପ୍ରତିବର୍ଷ ଜାନୁଆରୀ ୨୮ରେ ଶେଷ ହୋଇଥାଏ। ଦିଲ୍ଲୀର କାରିଆପ୍ପା ପରେଡ ଗ୍ରାଉଣ୍ଡରେ ପରେଡ ଅନୁଷ୍ଠିତ ହୋଇଥିଲା। ଏହି ଦିନ ଏନସିସିର ଗଣତନ୍ତ୍ର ଦିବସ ଶିବିରର ସମାପନ ସମାରୋହ ଅନୁଷ୍ଠିତ ହୁଏ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories