କୋଣାର୍କ : ଦେଶ ଭଳି ରାଜ୍ୟରେ ମଧ୍ୟ ଜାରି ରହିଛି କରୋନା କଟକଣା। ପର୍ବପର୍ବାଣି , ସଭାସମିତି ଭଳି ସ୍ଥାନରେ ଗୋଟିଏ ସ୍ଥାନରେ ଏକାଧିକ ଲୋକେ ଏକତ୍ରିତ ହେବା ଉପରେ କଟକଣା ଜାରି ହୋଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ମନା। ଫେବୃଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ ଉପରେ କଟକଣା ଜାରି ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ମଧ୍ୟରେ କରାଯିବ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ ପାଇଁ ଅନୁମତି ପ୍ରଦାନ କରାଯାଇଛି। କରୋନା କଟକଣା ଭିତରେ ମାଘ ସପ୍ତାମୀ ଓ ଚନ୍ଦ୍ରଭାଗା ବୁଡ ନୀତି ହେବ।
Popular Categories



