www.samajalive.in
Saturday, December 6, 2025
14.1 C
Bhubaneswar

କେବିଏନ୍‍ ଗ୍ରୁପର ମାଷ୍ଟରମାଇଣ୍ଡ ବୁବୁ ଜେନା ଗିରଫ

ଭୁବନେଶ୍ୱର: ବନ୍ଧା ହେଲେ କେବିଏନ୍‍ ଗ୍ରୁପର ମାଷ୍ଟର ମାଇଣ୍ଡ ବୁବୁ ଜେନା । ୨ ମାସ ପୁର୍ବରୁ ରାଜଧାନୀରେ ଆତଙ୍କ ରଚାଇଥିବା ବୁବୁକୁ ଗିରଫ କରିଛି ପୁଲିସ । ପୂର୍ବରୁ ସମ୍ପୃକ୍ତ ଗ୍ୟାଙ୍ଗର ୯ଜଣ ସଦସ୍ୟଙ୍କୁ କମିଶନରେଟ ପୁଲିସ ଗିରଫ କରିଥିଲା । ହେଲେ ବୁବୁକୁ ଗିରଫ କରିପାରିନଥିଲା ପୋଲିସ । ବର୍ତ୍ତମାନ ବୁବୁକୁ ପୁଲିସ ଭୁବନେଶ୍ୱରର ଡେଲ୍ଟା ଛକରୁ ଗିରଫ କରିଛି । ଗିରଫ କରିବା ସମୟରେ ବୁବୁ ପାଖରୁ ଏକ ଖଣ୍ଡା ଜବତ ହୋଇଛି । କିଛି ମାସ ତଳେ ରାଜଧାନୀରେ ଆତଙ୍କ ରଚାଇଥିଲେ ଏହି ଗ୍ରୁପ୍‍ । କିଛି ଭୟାନକ ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ କରିଥିଲେ । ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏନେଇ ପୁଲିସ ଜାଣିବା ପରେ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରିଥିଲା । ଏବଂ ଗ୍ୟାଙ୍ଗର ୯ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories