www.samajalive.in
Tuesday, December 9, 2025
16.1 C
Bhubaneswar

ଫଶିଗଲେ ପାଟଣା ସାର୍‍, ଥାନାରେ ମାମଲା ରୁଜୁ

ପାଟଣା: RRBNTPC ରେଜଲ୍ଟ ହଙ୍ଗମା ମାମଲାରେ ଖାନ ସାରଙ୍କ ବିରୋଧରେ ପତ୍ରକାର ନଗର ଥାନରେ ମାମଲା ରୁଜୁ । ଗତ ତିନି ଦିନ ଧରି ଏନଟିପିସି ଫଳାଫଳକୁ ନେଇ ବିରୋଧ ଚାଲିଥିଲା । ପାଟଣାସ୍ଥିତ ପତ୍ରକାର ନାଗର ପୋଲିସ ଷ୍ଟେସନରେ କୋଚିଂ ଅପରେଟର ଖାନ ସାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଖାନ ସାରଙ୍କ ବ୍ୟତୀତ ଏସ.କେ ଝା ସାର୍, ନବୀନ ସାର୍, ଅମରନାଥ ସାର୍, ଗଗନ ପ୍ରତାପ ସାର୍, ଗୋପାଳ ଭର୍ମା ସାର୍ ଏବଂ ବଜାର କମିଟିର ବିଭିନ୍ନ କୋଚିଂ ଅପରେଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୧୪୭, ୧୪୮, ୧୪୯, ୧୫୧, ୧୫୨, ୧୮୬, ୧୮୭, ୧୮୮, ୩୩୦, ୩୩୨, ୩୫୩, ୫୦୪, ୫୦୬ ଏବଂ ୧୨୦ ଲାଗୁ ହୋଇଛି ।

ସୂଚନା ମୁତାବକ ଜାନୁଆରୀ ୨ରେ, ଛାତ୍ରମାନେ ପାଟଣାର ରାଜେନ୍ଦ୍ର ନାଗର ଟର୍ମିନାଲରେ ହଙ୍ଗାମା ସୃଷ୍ଟି କରିଥିଲେ । ଘଟଣାରେ ୩ଶହରୁ ୪ଶହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ଏହି ଅନୁସନ୍ଧାନରେ ଛାତ୍ର କିଶନ କୁମାର, ରୋହିତ କୁମାର, ରାଜନ କୁମାର ଏବଂ ବିକ୍ରମ କୁମାରଙ୍କୁ ଗିରଫ କରାଯାଇଥିଲା । ପୋଲିସ ସମ୍ମୁଖରେ ଦେଇଥିବା ବିବୃତ୍ତି ଆଧାରରେ ଖାନ ସାର୍ ଏବଂ ଅନ୍ୟ କୋଚିଂ ପ୍ରତିଷ୍ଠାନ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

- Advertisement -

ଘଟଣାଟି କେବଳ ସେତିକିରେ ସୀମିତ ହୋଇ ରହିନାହିଁ । ବିହାରର ବିଭିନ୍ନ ସହରରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି । RRBNTPC ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ମାନେ ରାସ୍ତାକୁୂ ମଧ୍ୟ ଓହ୍ଲାଇଛନ୍ତି । କିଛି ଛାତ୍ରଛାତ୍ରୀ ମାନେ ଘଟଣାକୁ ନେଇ ରେଳବାଇର ମଧ୍ୟ କ୍ଷତି କରିଛନ୍ତି । ରେଳବାଇ ପକ୍ଷରୁ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, କିଛି ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପାଟଣା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଇବାକୁୂ ପ୍ରସ୍ତୁତି ହେଉଥିବା ଜଣାପଡ଼ିଛି ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories