www.samajalive.in
Sunday, December 14, 2025
19.1 C
Bhubaneswar

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ବକୁ ଦିଗଦର୍ଶନ ଦେଉଛି

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ କର୍ତ୍ତବ୍ୟ ଓ ଅଧିକାର ମୁଦ୍ରାର ଦୁଇଟି ପାର୍ଶ୍ବ। ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ବକୁ ଦିଗଦର୍ଶନ ଦେଉଛି।  ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତ ପାରଦର୍ଶିତା ଦେଖାଇଛନ୍ତି। ୟଙ୍ଗ ଚମ୍ପିୟନଙ୍କ ଆତ୍ମବିଶ୍ବାସ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଦେଇଛି। ହିମାଳୟ ହେଉ କି ମରୁଭୂମି, ସବୁଠି ଯବାନ ଦେଶମାତୃକାର ସେବା କରୁଛନ୍ତି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ।

- Advertisement -

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ କୋଭିଡ ଟୀକାରଣ ଅଭିଯାନ ଜନ ଆନ୍ଦୋଳନର ରୂପ ନେଇଛି। କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି। କୋଭିଡ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି। କୋଭିଡ ମୁକାବିଲାରେ ଡାକ୍ତର ଓ ନର୍ସଙ୍କ କର୍ତ୍ତବ୍ୟ ପ୍ରଶଂସନୀୟ। କୋଭିଡକୁ ହରାଇବା ପାଇଁ ରାଷ୍ଟ୍ରଧର୍ମ ପାଳନ କରିବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories