www.samajalive.in
Sunday, December 14, 2025
26.1 C
Bhubaneswar

କଲ୍ୟାଣସିଂହପୁର ୨ ଜୋନର ଜିଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କଲେ ୧୩ ଆଶାୟୀ

କଲ୍ୟାଣସିଂହପୁର:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦୁଇଟି ଜୋନର ଜିଲା ପରିଷଦ ସଭ୍ୟ ପାଇଁ ୧୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉକ୍ତ ବ୍ଲକରେ କଲ୍ୟାଣସିଂହପୁର, ସିଙ୍ଗାରି, ଧାମୁଣିପଙ୍ଗା, ନାରାୟଣପୁର, କରପା, ବୁଡ଼ାଗୁଡା, ପାର୍ଶାଲି ୭ଟି ପଞ୍ଚାୟତକୁ ନେଇ ‘କ’ଜୋନ ଓ ସେରିଗୁମ୍ମା, ଶିକରପାଇ, ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି, ପଲମା, କନ୍ଧକାତିପାଡୁ ୭ଟି ପଞ୍ଚାୟତ ‘ଖ’ଜୋନରେ ରହିଛି। ‘କ’ ଜୋନରେ ଅଣ ସଂରକ୍ଷିତ ପୁରୁଷ ପଦବୀ ରହିଥିବାରୁ କଂଗ୍ରେସ ପକ୍ଷରୁ ଅଶ୍ୱିନୀ କୁମାର ମହାପାତ୍ର, ବିଜେଡି ପକ୍ଷରୁ ଭି.ୱାରା ପ୍ରସାଦ ରାଓ, ବିଜେପି ପକ୍ଷରୁ ସିନ୍ଧୁ କୁଲେସିକା, ବହୁଜନ ସମାଜ ପାର୍ଟି ପକ୍ଷରୁ ଶିବରାମ କାଡ୍ରାକା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମାନୁ ସିକକାଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁନ୍ଦର ରାଓ ବାଗ ଓ ସାମ୍ବାଦିକ ତଥା କଳାକାର ଭାବେ ପରିଚିତ ସନ୍ତୋଷ କୁମାର ବଛା ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ‘ଖ’ଜୋନରେ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଥିବାବେଳେ ଏଠାରେ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ ସ୍ୱାତୀ ସାତାନା, ବିଜେଡି ପକ୍ଷରୁ ବୋମି ଗୌରିଦେବୀ, ବିଜେପି ପକ୍ଷରୁ ଅନୁସାୟା ନୀଳଗିରି, ବହୁଜନ ସମାଜ ପାର୍ଟି ପକ୍ଷରୁ ଶାନ୍ତି ହୁଇକା, ସ୍ୱାଧୀନ ଭାବେ ଗେମ୍ବାଲି ପ୍ରଭାସିନୀ ଓ ସାତାନା ଶିବାନୀ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାପଡିଛି। ଏହି ପ୍ରାର୍ଥୀ ମାନେ ଚଳିତ ମାସ୧୭ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ରାୟଗଡା ଉପ ଜିଲାପାଳଙ୍କଠାରେ ଦାଖଲ କରିଥିଲେ। ୨୨ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories