www.samajalive.in
Sunday, December 14, 2025
26.1 C
Bhubaneswar

ଖୁବ୍‍ଶୀଘ୍ର ଆସିବ ସ୍ୱରାଜ-ଶିବାନୀ ଯୋଡ଼ି

ତରୁଣ ପ୍ରେମ କାହାଣୀକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଏହାର ନାମ ସଠିକ୍‍ ରୂପେ ନିର୍ଣ୍ଣୟ ହୋଇ ନଥିଲେ ମଧ୍ୟ ତଥାପି ‘ଦିଲ୍‍ ମୋର ମାନେନା’ ରଖାଯାଇଛି ବୋଲି ଶୁଣିବାକୁ ମିଳୁଛି । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସ୍ୱରାଜ ଓ ଶିବାନୀଙ୍କୁ ଏକ ସଙ୍ଗେ ଦେଖିବାକୁ ମିଳିବ । ପୂର୍ବରୁ ଏ ଦୁହେଁ ଶିଶୁ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିବା ବେଳେ ଚଳିତ ଦିନ ମାନଙ୍କରେ ଉଭୟ ନାୟକ ଓ ନାୟିକା ଭାବେ ମଧ୍ୟ କିଛି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ଶିବାନୀଙ୍କ ଅଭିନୀତ ‘ପ୍ରେମ୍‍ କୁମାର’ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସ୍ୱରାଜଙ୍କ ‘ଲଭ୍‍ ଏକ୍ସପ୍ରେସ୍‍’ ର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ମା’ ତାରିଣୀ ଏଣ୍ଟର୍‍ଟେନ୍‍ମେଣ୍ଟ୍‍ ବ୍ୟାନର୍‍ରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ହିମାଂଶୁ ପରିଜା ବହନ କରିଛନ୍ତି । ଏଥିରେ ସ୍ୱରାଜ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ଅମର, ଗୁଡ଼ୁ ପ୍ରମୁଖଙ୍କୁ ଦେଖିବାକୁ ମିଳିବେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories