www.samajalive.in
Sunday, December 7, 2025
14.1 C
Bhubaneswar

ମିଲର ଧାନ ନ ଉଠାଇବାରୁ ଚାଷୀମାନଙ୍କ ହରତାଳ

ବେଗୁନିଆ  : ବେଗୁନିଆ ବ୍ଲକରେ ସରକାରଙ୍କର ଯୋଜନା ମୁତାବକ ଆଜି ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ସ୍ଥାନରେ ଧାନ ମଣ୍ଡି ଖୋଲି ନଥିବାରୁ ଚାଷୀ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବେଗୁନିଆ ବ୍ଲକର କୌଣସି ସ୍ଥାନରେ ମଣ୍ଡି ଖୋଲିନଥିବାବେଳେ “ସମାଜ”ରେ ଏ ସଂକ୍ରାନ୍ତରେ ଲଗାତାର ଖବର ପ୍ରକାଶ ପାଇବା ପରେ ଆଜି ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ସେବା ସମବାୟ ସମିତିରୁ ମିଲର ଚାଷୀ ମାନଙ୍କର ଧାନ ଉଠାଇବାର ଥିଲା । ସେଥିପାଇଁ ଚାଷୀମାନେ ମୋବାଇଲରେ ମେସେଜପାଇବା ସହିତ ଟୋକନପାଇ ଧାନ ଆଣି ଜମା କରିଥିଲେ ।  ବହୁ ବିଳମ୍ବରେ ଅପରାହ୍ନ ରେ ସାରୁଅସ୍ଥିତ ମିଲର ଏମ୍ କେ ମିନେରାଲ ,ସି ଏସ ଓ ଏବଂ ଆର ଏମ୍ ଏସ କାର୍ୟ୍ୟାଳୟର କର୍ମଚାରୀ ଏବଂ ମିଲରଙ୍କ କର୍ମଚାରୀଙ୍କ ସହିତ ଅନ୍ୟ ଏକ ମିଲରଙ୍କର କର୍ମଚାରୀ ଘଟଣାସ୍ଥଳରେ ପଂହଁଚି ପ୍ରଥମେ ଧାନର ମାନ ଯାଞ୍ଚ କରିଥିଲେ । କିନ୍ତୁ ସରକାରଙ୍କର ନିୟମ ଅନୁସାରେ ଧାନର ମାନ ଧାନର ଗୁଣାତ୍ମକ ମାନ ଠିକ ନ ରହିବାରୁ ସେମାନେ ଧାନ ଉଠାଇବାରେ ଆଗ୍ରହ ପ୍ରକାଶ କରିନଥିଲେ ।ଧାନର ଆର୍ଦ୍ରତା ,ଧାନରେ ମିଶ୍ରିତ ବାହ୍ୟ ପଦାର୍ଥ ଅଧିକ ଥିବାରୁ ,ଖରାପ ପାଣିଫୁଲା ,ଏବଂ ପୋକା ଅଧିକ ରହିଥିବାରୁ ,ସବୁଜ, କଞ୍ଚା ,ଧାନରେ ମିଶ୍ରିତ ମୋଟାଧାନ ଏବଂ ଆର୍ଦ୍ରତା ଜଳୀୟ ଅଂଶ ପରିମାଣ ଅଧିକ ଥିବାରୁ ମିଲର ଧାନ ଉଠାଇବା ପାଇଁ ରାଜି ହୋଇନଥିଲେ ।  ମିଲର ଧାନ କିଣିବା ପାଇଁ ରାଜି ନହେବା ପରେ ଚାଷୀ ମାନେ ଉତକ୍ଷିପ୍ତହୋଇ ହରତାଳ କରିବା ସହିତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବା ପାଇଁ ମହନ୍ତ ମଙ୍ଗରାଜ ,ମଙ୍ଗୁଳି ବଳବନ୍ତରାୟ ,ସୂଚିତ ରଞ୍ଜନ ମହାରଣା ଏବଂ ପ୍ରଭାତ କୁମାର ପାଇକରାୟଙ୍କ ସମେତ ଶହ ଶହ ଚାଷୀ ଚେତାବନୀ ଦେଇଥିଲେ ।ପରେ ମିଲର ଏବଂ ସମ୍ପୃକ୍ତ କର୍ମଚାରୀମାନେ ଚାଷୀମାନଙ୍କୁ ବୁଝା ବୁଝି କରି ଆଜି ଜିଲ୍ଲାପାଳ ମିଲର ମାନଙ୍କର ଏକ ମିଟିଂ ଡାକିଛନ୍ତି ,ସେଠାରେ ଧାନ କିପରି ଉଠିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଚାଷୀ ମାନେ ହରତାଳ ବନ୍ଦ ରଖିଥିଲେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories