ଅଦିନିଆ ବର୍ଷା: ଭିଜିଲା ହଜାର ହଜାର କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ
ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ୪ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଛି। ବିଶେଷ କରି ଗୁଣପୁର, ଗୁଡାରି,ରାମନାଗୁଡା ଏବଂ ପଦ୍ମପୁର ଅଞ୍ଚଳରେ ମଙ୍ଗଳବାର ମଧ୍ୟରାତ୍ରରୁ ପ୍ରବଳ ବର୍ଷା ଲାଗି ରହିବା ପରେ ସକାଳେ ଆକାଶ ମେଘୁଆ ରହିଥିଲା। ପୁଣି ବୁଧବାର, ଗୁରୁବାର, ଶୁକ୍ରବାର ମଧ୍ୟହ୍ଣରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା କୁ ତୁହାକୁ ତୁହା ବର୍ଷା ଲାଗିରହିଥିଲା। ପଦ୍ମପୁରର କେନ୍ଦୁଗୁଡା, ଆଖୁସିଙ୍ଗି ଇନ୍ଦୁପୁର, ନାଇରା, ଡେରିଙ୍ଗା, ଖିଲାପଦର ଗୁଡ଼ିଆବନ୍ଧ ଅଞ୍ଚଳରେ ଏଭଳି ପାଗ ଲାଗି ରହିଥିଲା। ଫଳରେ ଧାନ ଚାଷୀମାନେ ବହୁ ଅସୁବିଧା ହେଉଥିବାର ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଫଳରେ ଅମଳ ହୋଇ ଗଦା ହୋଇ ରହିଥିବା ଧାନ ପାଇଁ ବିକ୍ରି ନକରି ଖଳା, ରାସ୍ତାକଡ଼, ଧାନ ମଣ୍ଡିରେ ପଡିଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଅଦିନିଆ ବର୍ଷାରେ ଭିଜିବାରୁ ଏବେ ଚିନ୍ତାରେ ଚାଷୀ। ଗୁଣପୁର ଉପଖଣ୍ଡର ସମସ୍ତ ବ୍ଳକରେ ଧାନ ମଣ୍ଡି ପ୍ରଶାସନ ତରଫରୁ ଆଗୁଆ ଖୋଲିଥିଲା। କିନ୍ତୁ ପଦ୍ମପୁର ବ୍ଳକରେ ଜିଲାର ସର୍ବାଧିକ ଉତ୍ପାଦନ ହେଉଥିବା ବ୍ଳକରେ ଚାଷୀ ଏକମାସ ହେଲା ଧାନ ଅମଳ କରି ଅମଳ ଧାନ ଶୁଖାଇ ଶୁଖାଇ ରଖିଥିଲା। ଅନ୍ୟପଟେ ଏଠାରେ ସ୍ଥାନୀୟ ପ୍ରଶାସନ ତରଫରୁ ଏଠାରେ ଧାନ ବିକ୍ରି ପାଇଁ ଅନେକ ଚାଷୀଙ୍କ ପାଖକୁ ଖରା ମାସ ପର୍ଯ୍ୟନ୍ତ ଟୋକେନ୍ ଆସିଛି।ଅନେକ ଚାଷୀଙ୍କ ଟୋକେନ୍ ମଧ୍ୟ ବିଳମ୍ବରେ ଆସିଥିଲେ।ଏପଟେ ଅଦିନିଆ ବର୍ଷା ୩ଦିନ ପ୍ରବଳ ବର୍ଷା ହେବାରୁ ଚିନ୍ତା ଏବେ ଚାଷୀ ଙ୍କ ଦ୍ୱିଗୁଣିତ ହୋଇଯାଇଛି। ପଦ୍ମପୁର ବ୍ଲକରେ ବିଳମ୍ବରେ ଧାନ ମଣ୍ଡି ଖୋଲି ଥିବାବେଳେ କେତେକ ଚାଷୀଙ୍କୁ ବିଳମ୍ବରେ ଟୋକନ ଆସିଥିବା ବେଳେ ଆଉ କେତେକ ଚାଷୀଙ୍କ ଟୋକେନ ଆସିନାହିଁ। ଅନ୍ୟପଟେ କିଛି ଚାଷୀଙ୍କ ଅଧା ଜମିର ଟୋକନ ଆସିଥିବା ବେଳେ ଅଧା ଜମିର ଟୋକନ ଆସିନି । ବିଳମ୍ବରେ ହେଲେ ମଧ୍ୟ ଟୋକେନ ପାଇବା ଆଶାରେ ଚାଷୀ ଧାନକୁ ଧରି ଖଳାରେ ଜଗିବସିଛି। ଏହାରି ମଧ୍ୟରେ ଦାଉ ସାଧୁଛି ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷାରେ ଅମଳ ହୋଇଥବା ଧାନ ଗଜା ହୋଇଯିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଖରା, ବର୍ଷା, ଶିତ ଓ କାକର ସହି ଭଲ ଅମଳ ହେବା ଆଶାରେ ଲାଗି ପଡିଥିବାବେଳେ ଅଦିନିଆ ବର୍ଷା ଚାଷୀର ମନୋବଳକୁ ଭାଙ୍ଗିଦେଇଛି।
ପଦ୍ମପୁର ବ୍ଲକକୁ ୧ଲକ୍ଷ ୭୭ହଜାର କୁଇଣ୍ଟାଲ ଟାର୍ଗେଟ ଥିବାବେଳେ ୧୨-୧-୨୦୨୨ ତାରିଖ ସୁଦ୍ଧା ପଦ୍ମପୁର ବ୍ଲକର ୬ ଗୋଟି ମଣ୍ଡି ଖିଲାମୁଣ୍ଡା, ଆଖୁସିଂ, ତେମ୍ବାଗୁଡା, ଇନ୍ଦୁପୁର, ଗୋଡ଼ିଆବନ୍ଧ, ଡେରିଙ୍ଗାରୁ ଆନୁମାନିକ ୧୯ହଜାର୪୯୯କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଲ୍ୟାମ୍ପସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ସହ ପରିବା ଚାଷ ନଷ୍ଟ ହୋଇଥିବା ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ। ଚାଷୀମାନେ ସମବାୟ ସମିତି ଓ ବିଭିନ୍ନ ପ୍ରକାର ବ୍ୟାଙ୍କରୁ ଟଙ୍କା ଧାର କରଜ କରି ଚାଷ କରିଛନ୍ତି । ଋଣ କିପରି ସୁଝିବେ ବୋଲି ଏବେ ଚିନ୍ତାରେ ପଡିଛନ୍ତି ଚାଷୀ। ପ୍ରଶାସନ ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ଚାଷୀଙ୍କ ଧାନ ଗୁଡିକ ଯଥା ଶୀଘ୍ର ବିକ୍ରୀ କରିବାର ବ୍ୟବସ୍ଥା କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।
Comments are closed.