www.samajalive.in
Sunday, December 14, 2025
17.1 C
Bhubaneswar

ବେଲପାହାଡ଼ ମହିଳାଙ୍କୁ ଛତିଶଗଡ଼ରେ ଗଳାକଟି ହତ୍ୟା

ଲଖନପୁର: ବେଲପାହାଡ଼ ସହରରୁ ଛତିଶଗଡ଼ ନିଜ ସମ୍ପର୍କୀୟ ଘରକୁ ଯାଇଥିବା ଜଣେ ମହିଳାଙ୍କୁ ସେଠାରେ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ଜଣକ ବେଲପାହାଡ଼ ଗୁମାଡେରା ଗୌତିଆପଡ଼ାର ବାସନ୍ତୀ ଭରାସାଗର (୩୭) ବୋଲି ଜଣାପଡ଼ିଛି। ମୃତକ ବାସନ୍ତୀଙ୍କ ମୃତ ଦେହକୁ ପୁଲିସ ଶନିବାର ଭୋର ସକାଳୁ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲା ଭୂଗଦେବପୁର ଥାନା ଅନ୍ତର୍ଗତ ଚାରଭାଟା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ବାସନ୍ତୀଙ୍କୁ ଏକ ଧାରୁଆ ଅସ୍ତ୍ର ଯୋଗେ ଗଳା କଟାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏନେଇ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ପାଖରେ ଥିବା ବ୍ୟାଗ ଓ ପିନ୍ଧିଥିବା କପଡ଼ାକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡ଼ି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗୁମାଡେରା ଗୌତିଆପଡ଼ାରେ ରହୁଥିବା ମହିଳା ବାସନ୍ତୀଙ୍କ ବିବାହ ଗତ କିଛି ବର୍ଷ ପୂର୍ବେ ଛତିଶଗଡ଼ ରାୟଗଡ଼ ଜିଲା ଭୂଗଦେବପୁର ଅଞ୍ଚଳରେ ଅନୁପ ଭରାସାଗରଙ୍କ ସହିତ ହୋଇଥିଲା।

 

- Advertisement -

ବିବାହ ପରେ ବାସନ୍ତୀର ଗୋଟିଏ ପୁଅ ଓ ଗୋଟିଏ ଝିଅ ହେବାପରେ କୌଣସି କାରଣରୁ ସ୍ୱାମୀ ଅନୁପଙ୍କ ମୃତ୍ୟୁ ଘଟିଥିଲା। ବିଧବା ବାସନ୍ତୀ ନିଜ ଦୁଇ ପୁଅ ଓ ଝିଅକୁ ଧରି ଗୁମାଡେରା ଗୌତିଆପଡ଼ାରେ ରହି ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ତିନିଦିନ ପୂର୍ବରୁ ନିଜ ଭୂଗଦେବପୁର ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ହେଲେ ଆଜି ସକାଳୁ ଏକ ​କ୍ଷେତରୁ ତାଙ୍କର ମୃତଦେହ ମିଳିଥିଲା। ଶନିବାର ଭୋର ସକାଳୁ ସ୍ଥାନୀୟ ଲୋକେ ଭୂଗଦେବପୁର ଥାନାକୁ ଏ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। କୌଣସି ସୂତ୍ରରୁ ଛତିଶଗଡ଼ ପୁଲିସ ବାସନ୍ତୀଙ୍କ ପରିଚୟ ପାଇ ଗୁମାଡେରାସ୍ଥିତ ବାସନ୍ତୀଙ୍କ ଘରେ ପହଞ୍ଚିଥିଲା। ଏହାପରେ ବାସନ୍ତୀଙ୍କ ଭାଇ ସମେତ ପରିବାର ଲୋକେ ଭୂଗଦେବପୁର ଯାଇ ମୃତଦେହକୁ ଚିହ୍ନଟ କରିଥିଲେ। କେଉଁ କାରଣରୁ ଓ କି’ଏ ବାସନ୍ତୀଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଏନେଇ ଛତିଶଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories