www.samajalive.in
Sunday, December 14, 2025
16.1 C
Bhubaneswar

ଏଥର ୩ ମାସିଆ କାମଚଳା ବଜେଟ୍‌

ଭୁବନେଶ୍ବର: ଆସନ୍ତା ୨୦୨୨-୨୩ ଆର୍ଥିକବର୍ଷ ଲାଗି ‌େ‌ତ୍ରୖମାସିକ ବଜେଟ ‘ଭୋଟ ଅନ୍ ଆକାଉଣ୍ଟ’ ବା କାମଚଳା ବଜେଟ ଆକାରରେ ଉପସ୍ଥାପନ ହେବ। ଆଗାମୀ ଅଧିବେଶନ କାଳରେ ଆସନ୍ତା ଆର୍ଥିକ ବର୍ଷର ତିନିମାସ ଲାଗି ଆୟବ୍ୟୟ ଅଟକଳ(ବଜେଟ୍) ପାରିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜଣାଯାଇଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଆସନ୍ତା ଫେବୃଆରୀ ୨୮ରେ ଶେଷ ହେବ। ନିୟମ ଅନୁଯାୟୀ ନିର୍ବାଚନ ଆଚରଣ ବିଧି ସମୟ ଭିତରେ କୌଣସି ବିଭାଗର ବଜେଟ୍ ପାରିତ ହୋଇପାରିବ ନାହିଁ। ଯଦି ଜରୁରୀ ଆବଶ୍ୟକ ପଡେ ତେବେ ସରକାର ‘ଭୋଟ ଅନ୍ ଆକାଉଣ୍ଟ’ ତଥା ତିନିମାସିଆ କାମଚଳା ବଜେଟ ଆଗତ କରିପାରିବେ। ନିର୍ବାଚନ ଆଚରଣ ଅବଧି ଫେବୃଆରୀ ୨୮ରେ ଶେଷ ହେବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବଜେଟ୍ ଅଧିବେଶନ ଆରମ୍ଭ ହେବ।

ଏଥର ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗ ସହିତ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ଜଳସମ୍ପଦ, ପଞ୍ଚାୟତିରାଜ ଭଳି କେତେକ ବିଭାଗର ବଜେଟ୍ ଆକାର ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ସରକାର ପ୍ରଥମେ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ପାରିତ କରିଥିଲେ। ଏହାପରେ ଡିସେମ୍ବରରେ ୧୯ହଜାର ୮୩୩ କୋଟି ୧୩ଲକ୍ଷ ୩୧ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ କରିଥିଲେ। ସଂପ୍ରତି କରୋନା ମହାମାରୀ ତୀବ୍ର ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବଜେଟ ଅଧିବେଶନରେ ସ୍ବାସ୍ଥ୍ୟ ବିଭାଗ ଲାଗି ସ୍ବତନ୍ତ୍ର ବଜେଟ ରଖାଯିବାକୁ ପ୍ରସ୍ତାବ ରହିଛି। ସେଥିମଧ୍ୟରେ କଟକ ବଡ଼ ମେଡିକାଲ ଲାଗି ସରକାର ଅଧିକ ବ୍ୟୟ ବରାଦ କରିବା ସହିତ ଜଳସେଚନକୁ ଗୁରୁତ୍ବ ଦେବେ। ଆସନ୍ତା ଆର୍ଥିକ ବର୍ଷ ବଜେଟ ଆକାର ମଧ୍ୟ ବଢ଼ିବ। ଏହାର ପରିମାଣ ଅତି କମରେ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।

- Advertisement -

ସବୁଠାରୁ ବଡ଼କଥା ହେଲା ଚଳିତବର୍ଷର ଅତିରିକ୍ତ ବଜେଟ ଅଧିବେଶନ କାଳରେ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଗୃହ ଗୋଟିଏ ଦିନ ମଧ୍ୟ ସୁରୁଖୁରୁରେ ଚାଲି ପାରି ନଥିଲା। ଷୋଡଶ ବିଧାନସଭାର ଅଷ୍ଟମ ତଥା ଅତିରିକ୍ତ ବଜେଟ ଅଧିବେଶନ ଧାର୍ଯ୍ୟ ଅବଧିର ୧୭ଦିନ ପୂର୍ବରୁ ଗୃହକୁ ମୁଲତବି କରିବାକୁ ପଡିଥିଲା। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ହୁଲସ୍ତୁଲ କରିଥିଲେ। ଚଳିତଥର ବିରୋଧୀମାନେ ଗଙ୍ଗାଜଳ, ଗୋବର ପାଣି ସିଞ୍ଚନ, ଘଣ୍ଟ, ଘଣ୍ଟି ମାଡ ସହ ପୋଷ୍ଟର ବ୍ୟାନର ଫିଙ୍ଗି ପ୍ରତିବାଦ କରିଥିଲେ। ଆଗାମୀ ଅଧିବେଶନ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବ। ତେଣୁ ବିରୋଧୀ ଓ ଶାସକଙ୍କ ମଧ୍ୟରେ ହେବାକୁ ଥିବା ବାକ୍ ଯୁଦ୍ଧର ଝଲକ ବଜେଟ୍ ଅଧିବେଶନକାଳରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories