www.samajalive.in
Monday, December 15, 2025
26.1 C
Bhubaneswar

ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ: ସେମିରେ ସିନ୍ଧୁ, ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ବର୍ଗ ସେମିଫାଇନାଲରେ ଦୁଇଥର ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ପି.ଭି ସିନ୍ଧୁ ଓ ଲକ୍ଷ୍ୟ ସେନ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ଏକକ କ୍ବାର୍ଟର ଫାଇନାଲରେ ସିନ୍ଧୁ ୨୧-୧୭ ଓ ୨୧-୧୮ରେ ନିଜ ଦେଶର ଅସ୍ମିତା ଛେଲିଆଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ମ୍ୟାଚରେ ସିନ୍ଧୁ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ଦୁଇଟିଯାକ ଗେମ୍‌ ଜିତି ନେଇଥିଲେ। ଅନ୍ୟ ଏକ ମହିଳା ଏକକ କ୍ବାର୍ଟର ଫାଇନାଲରେ ମାଳବିକା ବଂଶଦ ୧୨-୨୧, ୧୫-୨୧ରେ ନିଜ ଦେଶର ଆକାଶ୍ରୀ କାଶ୍ୟପଙ୍କ ନିକଟରୁ ପରାଜିତ ହୋଇଛନ୍ତି। ସେମିଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ସୁପାଣ୍ଡିଆ କାଥେକଙ୍ଗଙ୍କୁ ଓ ଆକାଶ୍ରୀ କାଶ୍ୟପ ଥାଇଲାଣ୍ଡର ବୁସାନାନ୍‌ ଅଙ୍ଗବାମୁନାନାମ୍‌ଙ୍କୁ ଭେଟିବେ।

ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ଲକ୍ଷ୍ୟ ସେନ୍‌ ୧୪-୨୧, ୨୧-୯ ଓ ୨୧-୧୪ରେ ଏଚ୍‌.ଏସ୍ ପ୍ରଣୟକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ଲକ୍ଷ୍ୟ ମାଲେସିଆର ନେଗ୍‌ ତାଙ୍ଗ ୟୁଙ୍ଗଙ୍କୁ ଭେଟିବେ। ପୁରୁଷ ଯୁଗଳ ବର୍ଗ କ୍ବାର୍ଟର ଫାଇନାଲରେ ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ଯୋଡ଼ି ୨୧-୧୮ ଓ ୨୧-୧୮ରେ ସିଙ୍ଗାପୁରର ହି ୟଙ୍ଗ କି ଥେରି -ଲୋ କେନ୍‌ ହାନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲରେ ଇଶାନ ଭଟ୍ଟନାଗର- ସାଇ ପ୍ରତୀକ୍‌ ଯୋଡ଼ି ୭-୨୧ ଓ ୭-୨୧ରେ ମାଲେସିଆର ୱେଙ୍ଗ ୟାନ ସିନ୍‌ -ତୋଇ ଇ ଆଇ ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇଛନ୍ତି। ମହିଳା ଯୁଗଳ ବର୍ଗରେ ହରିଥା ନାମାଜଲି ହରିନାରାୟଣ-ଅକ୍ଷନା ରୟ ଯୋଡ଼ି ୨୧-୧୬ ଓ ୨୧-୧୬ରେ ରୁଦ୍ରାଣି ଯଶୱାଲ -ଜାମାଲୁଦ୍ଦିନ ଆନେସ କୋସୱାର ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories