www.samajalive.in
Sunday, December 14, 2025
26.1 C
Bhubaneswar

ଜୋକୋଭିକ୍‌ଙ୍କ ଭିସା ୩ ବର୍ଷ ପାଇଁ ରଦ୍ଦ, ନିଷ୍ପତ୍ତିକୁ ଅଷ୍ଟ୍ରେଲିଆବାସୀଙ୍କ ସମର୍ଥନ

ମେଲବୋର୍ଣ୍ଣ: ବିଶ୍ବର ଏକ ନମ୍ବର ଟେନିସ ତାରକା ସର୍ବିଆର ନୋଭାକ୍‌ ଜୋକୋଭିକ୍‌ଙ୍କ ଭିସାକୁ ଅଷ୍ଟ୍ରେଲିଆ ସରକାର ଦ୍ବିତୀୟ ଥର ପାଇଁ ରଦ୍ଦ କରି ଦେଇଛନ୍ତି। କୋଭିଡ଼-୧୯ ଟିକା ନନେଇ ଅଷ୍ଟ୍ରେଲିଆ ଆସିଥିବା ଜୋକୋଭିକ୍‌ଙ୍କୁ ଦେଶରେ ପ୍ରବେଶ ଅନୁମତି ନଦେବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଅଷ୍ଟ୍ରେଲିଆ ଇମିଗ୍ରେସନ ମନ୍ତ୍ରୀ ଆଲେକ୍ସ ହକ୍‌ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସ୍‌ଙ୍କ ସରକାର ଅଷ୍ଟ୍ରେଲିଆର ସୀମାକୁ ସୁରକ୍ଷା କରିବା ପାଇଁ ବଦ୍ଧ ପରିକର ବୋଲି ହକ୍‌ କହିଛନ୍ତି। ଭିସା ବାତିଲ ହେବା କାରଣରୁ ଜୋକୋଭିକ୍‌ଙ୍କୁ ଆଗାମୀ ୩ ବର୍ଷ ପାଇଁ ନୂଆ ଅଷ୍ଟ୍ରେଲିଆନ ଭିସା ମିଳିବ ନାହିଁ। ଟୁର୍ଣ୍ଣାମେଣ୍ଟର ଶୀର୍ଷ ମାନ୍ୟତା ପାଇଥିବା ଜୋକୋଭିକ୍‌ ମେଲବୋର୍ଣ୍ଣ ପାର୍କ କୋର୍ଟ​ରେ ଶୁକ୍ରବାର କିଛି ସମୟ ଧରି ଅଭ୍ୟାସ କରିଥିଲେ। ଭିସା ନିଷ୍ପତ୍ତି ଯୋଗୁ ଜୋକୋଭିକ୍‌ଙ୍କ ୧୦ତମ ଅଷ୍ଟ୍ରେଲିଆନ ଓ ୨୧ତମ ଗ୍ରାଣ୍ଡସ୍ଲାମ ଓପନ ଜିତିବା ଆଶା ଆଶଙ୍କାରେ ରହିଛି।

କରୋନା ଟିକା ନେଇନଥିବା ଯୋଗୁଁ ତାରକା ପୁରୁଷ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ଭିସା ରଦ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆର ଅଧିକାଂଶ ବାସିନ୍ଦା।
ସୂଚନାଥାଉକି ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଜୋକୋଭିକ୍‌ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ତେବେ ସେଠାକାର ନିୟମ ଅନୁଯାୟୀ ଦେଶରେ ପ୍ରବେଶ ପୂର୍ବରୁ କରୋନା ଟିକା ନେବେ। ତେବେ ଜୋକୋଭିକ୍‌ କରୋନା ଟିକା ନେଇନଥିବାରୁ ତାଙ୍କ ଭିସାକୁ ରଦ୍ଦ କରି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଏକ ଗଣମାଧ୍ୟମ ତରଫରୁ ଅନ୍‌ଲାଇନରେ ମତସଂଗ୍ରହ କରାଯାଇଥିଲା। ଏଥିରେ ୯୦%ରୁ ଅଧିକ ବ୍ୟକ୍ତି ଜୋକୋଭିକ୍‌ଙ୍କ ଭିସା ରଦ୍ଦ ହେବା ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ। ଅଷ୍ଟ୍ରେଲିଆ ସରକାର ଯାହା କରିଛନ୍ତି ତାହା ସଂପୂର୍ଣ୍ଣ ଭାବେ ଠିକ୍‌ ବୋଲି ସେମାନେ କହିଛନ୍ତି। ନିୟମ ମାନିବାକୁ ସମସ୍ତେ ବାଧ୍ୟ। ଯିଏ ନିୟମ ନ ମାନିବ ସେ ଦଣ୍ଡିତ ହେବ ବୋଲି ସ୍ଥାନୀୟ ବାସିନ୍ଦା ଦର୍ଶାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର କେତେକ ଟେନିସ୍‌ ପ୍ରଶଂସକ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ଜୋକୋଭିକ୍‌ଙ୍କ ପରି ତାରକା ଖେଳାଳି ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ଜଣେ ଖେଳାଳିଙ୍କ ପାଇଁ ନିୟମକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories