ସ୍ୱାମୀକୁ ୧୦ ବର୍ଷ କରାଦଣ୍ଡାଦେଶ ,ଶଶୁର ଓ ଶାଶୂୁ ନିର୍ଦ୍ଦୋଷରେ ଖଲାସ
ଯୌତୁକ ପାଇଁ ପତ୍ନୀ ହତ୍ୟା ମାମଲା
ବୌଦ୍ଧ : ବୌଦ୍ଧ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଦିନ ଏକ ଯୌତୁକ ଜନିତ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ମାମଲାରେ ଶଶୁର ଓ ଶାଶୂୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ କଣ୍ଟମାଳ ଥାନା ମାଣିକପୁର ଗ୍ରାମର ରାଜପତି ରଣାଙ୍କ ଝିଅ ଲକ୍ଷ୍ମୀବତୀ ରଣାଙ୍କ ସହ ଉକ୍ତ ଥାନାର ଆମ୍ବଗାଁର ସାଇବ ରଣାଙ୍କ ପୁଅ ଶରତ ରଣା (୨୨) ସହ ୨୦୧୭ ମସିହାରେ ବିିବାହ ହୋଇଥିଲା। ବିବାହର ଚାରିମାସ ପରେ ସ୍ୱାମୀ ଶରତ , ଶଶୂୁର ସାଇବ ରଣା (୬୦) ଓ ଶାଶୁ ବିଜଳା ରଣା(୫୫) ଅଧିକ ଯୌତୁକ ଦାବୀ କରି ନିର୍ଯ୍ୟାତନା ଦେବାରୁ ଝିଅ ଲକ୍ଷ୍ମୀବତୀ ବାପ ଘରକୁ ପଳାଇଆସିଥିଲା। କିଛିଦିନ ବାପଘରେ ରହିବାପରେ ଭଦ୍ରଳୋକଙ୍କ ବୂୁଝାମଣା ପରେ ଲକ୍ଷ୍ମୀବତୀ ଶଶୁର ଘରକୁ ଫେରିଥିଲେ। କିନ୍ତୁ ଗତ ୧୦ .୯.୨୦୧୭ ରିଖରେ ଝିଅ ଅସୁସ୍ଥ ଥିବା ନେଇ ଝିଅର କକା ଶଶୁର ଦୀଲିପ ରଣା ଉକ୍ତ ରାତିରେ ବାପଘରକୁ ଖବର ଦେଇଥିଲେ। ଖବର ପାଇ ରାଜପତି ଓ ତାଙ୍କ ପରିବାର ଝିଅ ଘରକୁ ଯାଇ ଦେଖିବାରୁ ଝିଅ ଲକ୍ଷ୍ମୀବତୀ ରଣା ମରିପଡିଥିଲା। ଏନେଇ ତାକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ସ୍ୱାମୀ, ଶଶୁର ,ଶାଶୁ ଓ ଭେଣୋଇ ଜପ ରଣା ଓ ମାମୁ ତୀର୍ଥ ରଣା ହତ୍ୟା କରିଥିବା ନେଇ ଗତ ୧୧ .୯.୨୦୧୭ରେ ଲକ୍ଷ୍ମୀବତୀଙ୍କ ପରିବାର ପକ୍ଷରୁ କଣ୍ଟମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଥାନା କେସ ନଂ ୧୦୪/୧୭ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉକ୍ତ ଘଟଣାରେ ସ୍ୱାମୀ ଶରତ, ଶଶୁର ସାଇବ , ଶାଶୁ ବିଜଳା ଓ ଜପରଣା ଓ ତୀର୍ଥ ରଣା ନାମରେ ମାମାଲା ରୁଜୁ କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା। ଉକ୍ତ ଘଟଣାରେ ଏବେମଧ୍ୟ ଦୁଇ ଅଭିଯୁକ୍ତ ଜପ ରଣା ଓ ତାର୍ଥ ରଣା ଫେରାର ଥିବାବେଳେ ମାମଲାଟି ଏସଟି କେସ ନଂ ୧/୧୮ ହୋଇ ଜିଲା ଦୌରାଜଜ୍ଙ୍କ ଅଦାଲତରେ ବିଚାର ହୋଇଥିଲା। ମାମଲାରେ ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକ ରି ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଦିନ ପ୍ରମାଣ ଥିବା ନେଇ ଅଭିଯୁକ୍ତ ସ୍ୱାମୀ ଶରତ ରଣାକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବାସହ ପ୍ରମାଣ ଅଭାବରୁ ଶଶୁର ସାଇବ ରଣା ଓ ଶାଶୁ ବିଜଳା ରଣାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।
Comments are closed.