www.samajalive.in
Sunday, December 7, 2025
26.1 C
Bhubaneswar

ଶିକ୍ଷାବିତ୍‌ ତୀର୍ଥବାସୀ ସୁସାରିଙ୍କ ପରଲୋକ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ତଥା ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅବସରପ୍ରାପ୍ତ ଉପାଧ୍ୟକ୍ଷ ତୀର୍ଥବାସୀ ସୁସାରିଙ୍କ ଗୁରୁବାର ପ୍ରାତଃ ପ୍ରାୟ ୫ଟା ସମୟରେ ମୁଦିପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କର୍ମଠ, ମିଷ୍ଟଭାଷୀ, ଛାତ୍ରବତ୍ସଳ, ଅନୁଶାସନପ୍ରିୟ, ଶୃଙ୍ଖଳାନୁରାଗୀ ଶ୍ରୀ ସୁସାରି ଅବସରଗ୍ରହଣ ପରେ ଦୀର୍ଘଦିନ ଧରି ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପଛରେ ତାଙ୍କ ପତ୍ନୀ ଅମୂଲ୍ୟ ସୁସାରି, ତିନି ପୁଅ ଦେବେନ୍ଦ୍ର, ରବିନ୍ଦ୍ର ଓ ମଣିନ୍ଦ୍ର, ବୋହୂ, ନାତିନାତୁଣୀ ଛାଡ଼ି ଯାଇଛନ୍ତି। ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡ଼ପୁଅ ଦେବେନ୍ଦ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବନ୍ଧୁପରିଜନ ମହଲରେ ଗଭୀର ଶୋକପ୍ରକାଶ ପାଇଛି।

 

- Advertisement -

ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଶ୍ରୀ ସୁସାରି ଭଦ୍ରକ ମହାବିଦ୍ୟାଳୟରୁ ଅଧ୍ୟାପନା ଜୀବନ ଆରମ୍ଭ କରି ରେଭେନ୍ସା ମହାବିଦ୍ୟାଳୟ ଏବଂ ଶେଷରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଉପାଧ୍ୟକ୍ଷ ଭାବରେ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ବରିଷ୍ଠ) ଦାୟିତ୍ୱରେ ରହି ସେ ଛାତ୍ରଛାତ୍ରୀ ମାନଙ୍କ ପ୍ରିୟ ଥିଲେ। ଅଧ୍ୟାପନାରୁ ଅବସର ନେଲାପରେ ଭାରତୀୟ ଶିକ୍ଷଣ ମଣ୍ଡଳ, ଭାରତ ବିକାଶ ପରିଷଦ ଆଦି ଅନେକ ସାମାଜିକ ଅନୁଷ୍ଠାନର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ଭାରତ ବିକାଶ ପରିଷଦ ପକ୍ଷରୁ ଗଭୀର ଦୁଃଖପ୍ରକାଶ କରି ତାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories