ପ୍ରଥମ ଭାରତୀୟ ମାନକ ହେଲା ଜାତୀୟ ପତାକା

ଭାରତୀୟ ମାନକ ବ୍ୟୁରୋ ସଂପର୍କିତ କର୍ମଶାଳା

ଯାଜପୁର: ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ପ୍ରମାଣିକୃତ ହୋଇଥାଏ । କ୍ରୟ ଓ ଉପଯୋଗ ସମୟରେ ଏହାର ମାନକ ଓ ଗୁଣବାକୁ ଅନୁଧ୍ୟାନ କରିବାକୁ ଭାରତୀୟ ମାନକ ବ୍ୟୁରୋର ବୈଜ୍ଞାନିକ ଅବିନାଶ ବର୍ଦୋଲିନା ଅନୁରୋଧ କରିଛନ୍ତି । ଆମ ଦେଶରେ ଦୀର୍ଘ ୭୫ ବର୍ଷ ହେଲାଣି ଏହି ମାନକ ବ୍ୟବହୃତ ହୋଇ ଆସିଛି ଓ ଦେଶର ପ୍ରଥମ ଭାରତୀୟ ମାନକ ହେଲା ଜାତୀୟ ପତାକା ବୋଲି ସେ କହିଥିଲେ।
ବୈଜ୍ଞାନିକ ଶ୍ରୀ ବର୍ଦୋଲିନା କହିଥିଲେ ଦୁଇ ପ୍ରକାର ସାର୍ଟିପିଂକେସନ ମଧ୍ୟରୁ ପ୍ରଥମଟି ସ୍ୱେଚ୍ଚ୍ଥାକୃତ ଓ ଦ୍ୱିତୀୟଟି ବାଧ୍ୟତା ମୂଳକ। ବାଧ୍ୟତା ମୂଳକ ସାର୍ଟିପେିଂକେସନରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ, ମିନେରାଲ ପାଣି ବୋତଲ, ଶିଶୁ ଖାଦ୍ୟ, ମାସ୍କ , ପିପିଇ, ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର, ସିମେଣ୍ଟ, ପିଭିସି ଇନସୁଲେଟର କେବୁଲ, ହେଲମେଟ୍, ଖେଳଣା ରହିଛି। ମୋଟ ୨୧ ହଜାର ପ୍ରଡକ୍ଟମାନଙ୍କ ସାର୍ଟିପିଂକେଟ ପ୍ରକାଶିତ ହୋଇଥିବା ବେଳେ ୩୯ ହଜାରକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ୧୪ ଟି ବୈଷୟିକ ଡିଭିଜନ ଯଥା- କେମିକାଲ୍ସ, ସିଭିଲ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ପଂରମେସନ ଟେକ୍ନୋଲୋଜି, ଇଲେକ୍ଟ୍ରୋ ଟେକ୍ନିକାଲ ଇତ୍ୟାଦି ଏଥିରେ ସାମିଲ। ରାଜ୍ୟରେ ଭୁବନେଶ୍ୱର ଠାରୁ ୧୯୭୬ ରେ ଏହି ବ୍ୟୁରୋ ସ୍ଥାପିତ ହୋଇଛି। ଏଥିରେ ୭୯୪ ପ୍ରଡକ୍ଟ ପାଇଁ ଲାଇସେନ୍ସ ପ୍ରଦାନ ହୋଇଥିବା ବେଳେ ୨୮୧୮କୁ ହଲ୍ ମାର୍କ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବର୍ଦୋଲିନା ସୂଚନା ଦେଇଥିଲେ। ବର୍ତ୍ତମାନ ଦୁଗ୍ଧ ଜାତୀୟ ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ମଧ୍ୟ ମାନକରେ ସାମିଲ କରାଯିବ। ମାନକରେ ଅସଙ୍ଗତି ବା ମାନ ହ୍ରାସ ସଂପର୍କରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ।

 

prayash

ବୁଧବାର ଅପରାହ୍ଣରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ୟୁରୋ ଅପଂ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡ ବା ଭାରତୀୟ ମାନକ ବ୍ୟୁରୋ ତରପଂରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସ୍ତରରେ ଆମେ ବିବିଧ ଜିନିଷ କିଣୁଥିବା ବେଳେ ତାହାର ଗୁଣ ଓ ମାନକକୁ ଅନୁଧ୍ୟାନ କରିବାକୁ ଅଣଦେଖା କରୁଥାନ୍ତି। ତେବେ ଏହା ଜରୁରୀ ଓ ହିତକର। ତେଣୁ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଏକ ନୂଆ ମାର୍ଗ ଦର୍ଶନ କରାଇ ପାରିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଡ.ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ମାନକର ନିୟିମିତ ଉପଯୋଗ ଓ ଅନୁଧ୍ୟାନ ସଂପର୍କରେ ଗୁୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ସହକାରୀ ଜିଲାପାଳ ତିଳୋମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ଜିଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇ ବିବିଧ ଜିଜ୍ଞାସାର ସମାଧାନ କରିଥିଲେ ।

kalyan agarbati

Comments are closed.