ନିଷିଦ୍ଧ ପଲିଥିନ୍‌ ଚଢ଼ଉ ଅଭିଯାନ, ବର୍ଷକରେ ୧୦ ଟନ୍‌ ଜବତ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ନିଷିଦ୍ଧ ପଲିଥିନ୍‌ ଚଢ଼ଉ ଅଭିଯାନ ଜୋରଦାର ଚାଲିଥିବା କୁହାଯାଇଛି। ତିନି ଜୋନ୍‌ର ସ୍କ୍ବାଡ୍‌ଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି। ୨୦୧୮ ଅକ୍ଟୋବରରୁ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଷ୍ଠାନରୁ ପ୍ରାୟ ୧୦ ଟନ୍‍ ନିଷିଦ୍ଧ ଏକକ ବ୍ୟବହାର ପ୍ଲାଷ୍ଟିକ୍‍/ପଲିଥିନ୍‍ ସାମଗ୍ରୀ ଜବତ ହୋଇଛି। ଏହାପରେ ବିଏମସି ପକ୍ଷରୁ କେତେ ପଲିଥିନ ଜବତ ହୋଇଛି ତାହାର ସୂଚନା ଦିଆଯାଇପାରିନାହିଁ। ଅନ୍ୟପଟେ ବିଏମ୍‌ସିର ଏହି ଚଢ଼ଉ ଅଭିଯାନ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ହୋଇଛି। କୋଭିଡ ସମୟରେ ଘରକୁ ସାମଗ୍ରୀ ନେବା ପାଇଁ ଲୋକେ ପଲିଥିନ୍‌ ଅଧିକ ପସନ୍ଦ କରିଥିବାରୁ ନିଷିଦ୍ଧ ପଲିଥିନ୍‌ ବ୍ୟବହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଏମ୍‌ସି  ପକ୍ଷରୁ କୁହାଯାଇଛି ଯେ ଜବତ ପ୍ଲାଷ୍ଟିକ୍‌ ସାମଗ୍ରୀ ପୁନଃଚକ୍ରଣ ପାଇଁ ଏକ ଘରୋଇ ସଂସ୍ଥାକୁ କିଲୋ ପ୍ରତି ୫ଟଙ୍କା ଦରରେ ବିକ୍ରୟ କରାଯାଇଛି। କୋଭିଡ-୧୯ ଜନିତ କଟକଣା ହେତୁ ଏହି ଏନ୍‌ଫୋର୍ସମେଣ୍ଟ କିଛି ବିଭିନ୍ନ ସମୟରେ ବନ୍ଦ ରହିଛି। ସାଧାରଣତଃ ସନ୍ଧ୍ୟା ସମୟରେ ଦୋକାନ ବଜାର କାରବାର ଅଧିକ ହେଉଥିବାରୁ ଏହି ସମୟର ସ୍ୱଚ୍ଛତା ଏବଂ ପରିମଳଗତ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ ପାଇଁ ଏବେ ନିୟମିତ ଭାବେ ସନ୍ଧ୍ୟା ଅଭିଯାନକୁ ଗୁରୁତ୍ୱ ଦିଆଯାଇଛି। ଏହା ସାଙ୍ଗକୁ ନିୟମ ଖିଲାପକାରୀଙ୍କୁ ଧରିବା ଏବଂ ସେମାନଙ୍କୁ ସ୍ୱଚ୍ଛତା ଅଭିମୁଖୀ କରାଇବାରେ ବିଏମ୍‍ସି ଏହି କଡ଼ା ପଦକ୍ଷେପ ନେଉଛି।

 

prayash

ସ୍ଥାନୀୟ ବାସିନ୍ଦା ଲିପିନା ନାୟକ ଅଭିଯୋଗ କରିଛନ୍ତି, ରାଜଧାନୀରେ ଅନେକ ଦୋକାନରେ ନିଷିଦ୍ଧ ପ୍ଲାଷ୍ଟିକ୍‌ ବିକ୍ରି ହେଉଛି। ବିଏମ୍‌ସି ଟାର୍ଗେଟ୍‌ କରି ଗୋଟିଏ ଦୁଇଟି ଦୋକାନ/ଗୋଦାମରେ ଚଢ଼ଉ କରୁଛି। ବିଭିନ୍ନ ଅଞ୍ଚଳରେ ଦୋକାନ/ଗୋଦାମ ଘରେ ନିଷିଦ୍ଧ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ସାମଗ୍ରୀ ମହଜୁଦ୍‌ ରହିଛି। ଧରପଗଡ଼ ଜୋରଦାର ହେଲେ ନିଷିଦ୍ଧ ପଲିଥିନ ବ୍ୟବହାର ହ୍ରାସ ପାଇବ।

kalyan agarbati

Comments are closed.