www.samajalive.in
Sunday, December 14, 2025
19.1 C
Bhubaneswar

ବର୍ଷିଆନ ଅଭିନେତା ମିହିର ଦାସଙ୍କ ୬୩ ବର୍ଷ ବୟସରେ ପରଲୋକ

ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁ ସେ ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ।

୧୯୫୯ ମସିହା ଫେବୃଆରୀ ୧୧ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ମିହିର ଦାସ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ। ୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ। ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ଏବେ ମଧ୍ୟ ମାନେ ରଖିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।

- Advertisement -

ଅନ୍ୟ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ୧୯୯୯ରେ ବିଧାତା, ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବା ମାନ, ୨୦୦୭ରେ ମୁଁ ତତେ ଲଭ କରୁଛି ଓ ୨୦୧୧ରେ ପ୍ରେମ ଅଢେଇ ଅକ୍ଷର ପାଇଁ ମିହିରଙ୍କୁ ମିଳିଥିଲା ଅନେକ ସମ୍ମାନ ଓ ପୁରସ୍କାର।

ସେ ଅଭିନୟ କରିଥିବା ଚଳଚ୍ଚିତ୍ରଗୁଡିକ ମଧ୍ୟରେ ୧୯୭୯ରେ ମଥୁରା ବିଜୟ, ୧୯୮୦ରେ ରାମାୟଣ, ୧୯୮୬ରେ ଏଇ ଆମ ସଂସାର, ୧୯୮୭ରେ ଆକାଶର ଆଖି ଓ ଏଇ ତ ଦୁନିଆ, ୧୯୮୮ରେ କନ୍ୟାଦାନ, ୧୯୮୯ରେ ପ୍ରତିଶୋଧ ଅପରାଧ ନୁହେଁ ଓ ସାଗର, ୧୯୯୦ରେ ହସ ଲୁହ ଭରା ଦୁନିଆ, ହିସାବ କରିବା କାଳିଆ, ଭରସା ଓ ପରଦେଶୀ ଚଢେଇ, ୧୯୯୧ରେ କି ହେବ ଶୁଆ ପୋଷିଲେ, ୧୯୯୨ରେ ଘର ମୋର ସ୍ୱର୍ଗ, ୧୯୯୩ରେ ଅନୁପମା, ଭାଗ୍ୟ ହାତେ ଡୋରି ଓ ଶ୍ରଦ୍ଧାଞ୍ଜଳି, ୧୯୯୪ରେ ଭାଇ ହେଲା ଭଗାରୀ, ଗଢି ଜାଣିଲେ ଘର ସୁନ୍ଦର, ମହୁଆ ଓ ମୁକ୍ତି ମଶାଲ, ୧୯୯୬ରେ ସୁହାଗ ସିନ୍ଦୁର ଓ ଜୀବନଧାରା, ୧୯୯୭ରେ ଭୁଲ କାହାର ଓ ଗଙ୍ଗା ଯମୁନା, ୧୯୯୮ରେ ଅହଲ୍ୟା, ଲକ୍ଷ୍ମୀର ଅଭିସାର, ପବିତ୍ର ବନ୍ଧନ, ସହର ଜଳୁଛି ଥିଲା ଅନ୍ୟତମ।

ସୂଚନା ଅନୁଯାୟୀ, ୨୦୨୧ ଡିସେମ୍ବର ମାସରେ ଡାଇଲିସିସ ସମୟରେ ହୃଦଘାତ ହେବାରୁ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ହେବ ସେ କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories