www.samajalive.in
Monday, December 8, 2025
20.1 C
Bhubaneswar

ସର୍ବଭାରତୀୟ ପ୍ରତିଯୋଗିତାରେ କଳିକା ଅନୁଷ୍ଠାନର ସଫଳତା

ସାରନଗରୀ: ଉତରପ୍ରଦେଶ ଅନ୍ତର୍ଗତ ବନାରସର ମୋଗଲସରାଇ ଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତାରେ କଳିକା ଡ଼୍ୟାନ୍ସ ଆଣ୍ଡ ମ୍ୟୁଜିକ ଏକାଡ଼େମୀର କଳାକାରମାନେ ଭାଗ ନେଇ ସର୍ବମୋଟ ୧୮ଟି ପୁରସ୍କାର ପାଇ ରାଉରକେଲା ତଥା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। କଳିକା ଅନୁଷ୍ଠାନ ପକ୍ଷରୁ ମହାନ ଐତିହାସିକ ନାଟକ ‘ସହୀଦ ରାଣୀ ବେଗମ’ ପରିବେଷଣ କରାଯାଇଥିଲ।

ନାଟ୍ୟଚାର୍ଯ୍ୟ ସ୍ୱର୍ଗତଃ ଚିନ୍ତାମଣୀ ଜେନାଙ୍କ ରଚିତ ଏହି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ନାଟ୍ୟଶ୍ରୀ ମନୋଜ ମହାନ୍ତି। ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ରଘୁନାଥ କାଲୋ, ଶ୍ରେଷ୍ଠ ସଙ୍ଗୀତରେ ଭବନା ନନ୍ଦ କିସାନ, ସଙ୍ଗୀତ ଗୁରୁ କାର୍ତିକ ଚନ୍ଦ୍ର ମହାନ୍ତି ମାନପତ୍ର ଓ ଟ୍ରଫି ପାଇ ପୁରସ୍କୃତ ହୋଇଛନ୍ତି। ଅନ୍ୟ କଳାକାରମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ମୁରଲୀଧର ଦାଶ, ଗୟାଧର ବାରିକ, କୈଳାସ ଚନ୍ଦ୍ର ମଲ୍ଲିକ, ପ୍ରହ୍ଲାଦ ରଣା, ବିଶ୍ୱଜିତ ଦାଶ, ରାଜ କିଶୋର ବାରିକ, ଅନନ୍ୟା ଜେନା, ସୁଜାତା ମହାନ୍ତି, ସରସ୍ୱତୀ ସାସମଲ, ରାଜଶ୍ରୀ ଚନ୍ଦ୍ରକର, ପଲବୀ ସେଠୀ, ସୋମ୍ୟଶ୍ରୀ ଶୁଭଦର୍ଶନୀ ପ୍ରତିଯୋଗିତାରେ ପୁରସ୍କୃତ ହୋଇ ଗୌରବ ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରସଫଳତା ପାଇଁ ବିଶ୍ୱନାଥ ପଟ୍ଟନାୟକ ଓ ସମସ୍ତ କଳାକାରମାନଙ୍କୁ ସାଧାରଣ ସମ୍ପାଦକ ଭ୍ରମରବର ମହାକୁଡ଼ ସାଧୁବାଦ ଜଣାଇଛନ୍ତି ଓ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରୁଣ କୁମାର ପରିଡ଼ା କଳିକା ଅନୁଷ୍ଠାନକୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories