ମାନବିକତା ଦେଖାଇ ଏଟିଏମରେ ପୂର୍ବରୁ ବାହାରିଥିବା ଟଙ୍କା ଫେରାଇଲେ ଯୁବକ

ଗଞ୍ଜାମ: ଏଟିଏମରେ ନିଜେ ଟଙ୍କା ବାହାର କରିବା ପୂର୍ବରୁ ଅନ୍ୟକିଛି ଟଙ୍କା ବାହାରି ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ଯୁବକ ଜଣକ ମାନବିକତା ଦେଖେଇ ଉକ୍ତ ଟଙ୍କାକୁ ଥାନାକୁ ଦେଇଥିଲେ। ଯାହାକୁ ନେଇ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।

prayash

ସୂଚନା ଯୋଗ୍ୟ ଯେ ଗଞ୍ଜାମ ସହର ସାନ ବଜାର ରେ ରହିଥିବା କାନାରା ବ୍ୟାଙ୍କ ଏଟିଏମ୍ ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଭିକାରି ସାହୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଟଙ୍କା ଉଠାଇବାକୁ ଗଲାବେଳେ ପୂର୍ବରୁ ୫୦୦ ଟଙ୍କିଆ ଚାରୋଟି ନୋଟ ବାହାରେ ଥିବା ଭିକାରି ଦେଖିବାକୁ ପାଇଥିଲେ। ଏନେଇ ଭିକାରି ସଙ୍ଗେ ସଙ୍ଗେ ସେଠାରେ କାର୍ୟ୍ୟରତ ପୋଲିସ କର୍ମଚାରୀ ଶେଷଦେବ ଦାଶକୁ ଡାକି ଘଟଣା ସମ୍ପର୍କରେ କହିବା ସହ ଉକ୍ତ ଟଙ୍କା ତାଙ୍କୁ ପ୍ରଦାନ କରିଥିଲେ। ଭିକାରିଙ୍କ ଏହିଭଳି ମାନବିକତାକୁ ଅଂଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହାପରେ ଉକ୍ତ ଟଙ୍କା ଗଞ୍ଜାମ ଥାନାକୁ ହସ୍ତାନ୍ତର କରିଛନ୍ତି।

kalyan agarbati

Comments are closed.