www.samajalive.in
Tuesday, December 9, 2025
16.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟର ୭ ବିଚାରପତି ଓ ୨୫୦ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ସଂସଦ ଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଦିନ ସୁପ୍ରିମକୋର୍ଟର ୭ ଜଣ ବିଚାରପତି ଏବଂ ପ୍ରାୟ ୨୫୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ୍ ମଧ୍ୟ ଅଛନ୍ତି। ବର୍ତ୍ତମାନ ସେ ଘରେ ସଙ୍ଗରୋଧରେ ରହିଛନ୍ତି। ଏହା ସହିତ କିଛି କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହାପୂର୍ବରୁ ରବିବାର ଦିନ ମଧ୍ୟ ୧୫୦ ଜଣ ରେଜିଷ୍ଟ୍ରି କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ବିଚାରପତି ମଧ୍ୟ ଅନ୍ତର୍ଭୁକ୍ତ । ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ କୋର୍ଟର ଏନଭି ରମନାଙ୍କ ସହିତ ୩୨ ବିଚାରପତି ଅଛନ୍ତି।
ବର୍ତ୍ତମାନ ବିଚାରପତିମାନେ ସଂକ୍ରମିତ ହେବା ଚିନ୍ତାର ବିଷୟ ପାଲଟିଛି। କରୋନାର ବୃଦ୍ଧି କାରଣରୁ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୭ ଜାନୁଆରୀରୁ ଭର୍ଚୁଆଲ ମୋଡରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ସମସ୍ତ ବିଚାରପତିଙ୍କୁ ସେମାନଙ୍କ ଆବାସିକ କାର୍ୟ୍ୟାଳୟରୁ କାର୍ୟ୍ୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ସୁପ୍ରିମକୋର୍ଟ କହିଛନ୍ତି ଜାନୁଆରୀ ୧୦ ତାରିଖରୁ କେବଳ ଜରୁରୀ ବିଷୟ, ତାଜା ମାମଲା, ଜାମିନ ମାମଲା, ବନ୍ଦୋବସ୍ତ ଏବଂ ଧାର୍ୟ୍ୟ ତାରିଖ ମାମଲା ଉପରେ ଶୁଣାଣି ହେବ।
ଏହାପୂର୍ବରୁ ସଂସଦର ପ୍ରାୟ ୪୦୦ କର୍ମଚାରୀ ଓ ସୁରକ୍ଷାକର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories