www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁୁବନେଶ୍ୱର: ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୮ଶହ ୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସଂଗରୋଧରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨,୦୦୬ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୪୮ ପଜିଟିଭ୍ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୫ହଜାର ୬୯୮କୁ ବୃଦ୍ଧି ପାଇଛି । ଏବଂ ସକ୍ରିୟ ଆକ୍ରାନ୍ତ ୨୦ହଜାର ୫୬୦ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୬୯, ବାଲେଶ୍ୱରରୁ ୨୧୦, ବରଗଡ଼ରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗୀରରୁ ୧୦୪, ବୌଦ୍ଧରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୦୧, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬. ଝାରସୁଗୁଡ଼ାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୬୩, କୋରାପୁଟରୁ ୭୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୨୪, ନୂଆପଡ଼ାରୁ ୫୧, ପୁରୀରୁ ୧୩୦, ରାୟଗଡ଼ାରୁ ୮୨, ସମ୍ବଲପୁରରୁ ୬୪୪, ସୋନପୁରରୁ ୩୨. ସୁନ୍ଦରଗଡ଼ରରୁ ୮୬୯ ଓ ଷ୍ଟେଟପୁଳରୁ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩୮୬ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ସୁସ୍ଥତା ସଂଖ୍ୟା ମୋଟ୍ ୧୦ଲକ୍ଷ ୪୬ହଜାର ୬୧୭ରେ ପହଞ୍ଚିଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories