www.samajalive.in
Wednesday, December 10, 2025
16.1 C
Bhubaneswar

ଟିଆରଏସ୍‍ ସହିତ ମେଣ୍ଟ କରିବନି ବିଜେପି: ଶାହା

ହାଇଦରାବାଦ,୧୫ା୯: ବିଜେପି ସଭାପତି ଅମିତ ଶାହା ଶନିବାର ତେଲଙ୍ଗାନାରେ ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‍) ସହିତ ଦଳର ମେଣ୍ଟ ହେବା ନେଇ ଯେଉଁ ଆଲୋଚନା ଚାଲିଛି ତାହାକୁ ଶାହା ଖଣ୍ଡନ କରିଛନ୍ତି। ତେଲଙ୍ଗାନାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶାହା ମହାବୁବନଗରଠାରେ ଏକ ସଭାକୁ ସମ୍ବୋଧିତ କରି କେସିଆରଙ୍କୁ ଅବଧି ଶେଷ ପୂର୍ବରୁ ବିଧାନସଭା ଭାଙ୍ଗିବା ନେଇ ତୀବ୍ର ସମାଲୋଚନା କରିଛନ୍ତି। ଏହାଛଡ଼ା କେସିଆର ପ୍ରଥମେ ଲୋକସଭା ସହିତ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ମତ ଦେଉଥିଲେ ମଧ୍ୟ ନିଜେ ଏଥିରୁ ଓହରିଯିବା ନେଇ ମଧ୍ୟ ଶାହା ତାଙ୍କୁ ସମାଲୋଚନା କରିଛନ୍ତି। ତେଲଙ୍ଗାନାରେ ବିଜେପି ଉନ୍ନତ ପ୍ରଦର୍ଶନ କରିବ ବୋଲି ସେ ଏହି ଅବସରରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ଉପରେ ମଧ୍ୟ ସେ ଏହି ସଭାରେ ଜୋରଦାର ଆକ୍ରମଣ କରିଛନ୍ତି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories