www.samajalive.in
Monday, December 15, 2025
14.1 C
Bhubaneswar

କରୋନାକୁ ନେଇ ନିଜ ଭାଇଙ୍କ ଉପରେ ବର୍ଷିଲେ ମମତା

ନୂଆଦିଲ୍ଲୀ: କରୋନା କଟକଣାକୁ ନେଇ ଆକ୍ସନ ମୋଡରେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନାକୁ ନେଇ ସତର୍କ ହେବା ସହ ଲୋକଙ୍କୁ ମଧ୍ୟ ସତର୍କତା କରାୁଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ କରୋନା କଟକଣାକୁ ନେଇ ନିଜ ଭାଇଙ୍କ ଉପରେ ବି ବିରକ୍ତ ପ୍ରକାଶ କରିଛନ୍ତି ମମତା । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇଙ୍କ ପତ୍ନୀ ଓ ତାଙ୍କ ଦୁଇ ଡ୍ରଇଭର କରୋନା ପଜିଟିଭ୍‍ ହୋଇଥିଲେ । କରୋନା ସଂକ୍ରମଣ ହେବା ପରେ ତାଙ୍କ ଭାଇ ଘର ବାହାରେ ବୁଲିଥିଲେ । ଯାହାକୁ ନେଇ ମମତା ତାଙ୍କ ଭାଇଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଘର ଭିତରେ ରହିବାକୁ ଫୋନରେ କହିଥିବା ସେ କହିଛନ୍ତି । ତାହା ସହ ମମତା ତାଙ୍କ ଉପରେ ବିରକ୍ତ ହୋଇ ଆହୁରି କହିଛନ୍ତି, ଏ ଲୋକ ଭୁଲିଯାଉଛନ୍ତି ତାଙ୍କ ଘରେ କିଏ କରୋନା ସଂକ୍ରମିତ ଅଛନ୍ତି । ମୁଁ ଏହାକୁ ପସନ୍ଦ କରେନାହିଁ । ଆସନ୍ତାକାଲିଠୁ କୌଣସି ସ୍ଥାନକୁ ନଯିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଛି । ସାତଦିନ ଅଲଗା ରହିଲେ ବିଚ୍ଛିନ୍ନତା ସମାପ୍ତ ହୋଇଥାଏ । ହେଲେ କରୋନା କଟକଣା ମାନିବା ଦରକାର ରହିଛି । କରୋନାଠୁ ସତର୍କ ରହିବା ସହ ମାସ୍କ ପିନ୍ଧିବା ଓ ହାତକୁ ବାରମ୍ବାର ଧୋଇବାର ଆବଶ୍ୟକତା ରହିଛି । ଶେଷରେ ସେ ଆହୁରି କହିଛନ୍ତି କି, ତାଙ୍କର ଦୁଇ ଡ୍ରଇଭର କରୋନା ପଜିଟିଭ୍‍ ଅଛନ୍ତି । ତେଣୁ ସେ ଶୁକ୍ରବାର ଦିନ ସଚିବାଳୟକୁ ଆସିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ୟ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ଯୋଗଦେବେ ବୋଲି ସେ କହିଛନ୍ତି । ତେବେ ପଶ୍ଚିମବଙ୍ଗରେ ବି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦୈନିକ କରୋନା ମାମଲା ୧୫ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ୧୫ହଜାର ୪୨୧ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ, କରୋନାରେ ୧୯ଜଣଙ୍କ ମୃତ୍ୟୁ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories