www.samajalive.in
Sunday, December 14, 2025
16.1 C
Bhubaneswar

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ନପୁର୍ଣ୍ଣା ସୁପକାର ସଙ୍ଗଠନର ପ୍ରସ୍ତୁତି ବୈଠକ

ବୌଦ୍ଧ: ଶନିବାର ଅପରାହ୍ନରେ ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜିଲାର ଅନ୍ନପୁର୍ଣ୍ଣା ସୁପକାର ସଙ୍ଗଠନର ସଭାପତି ସତ୍ୟନାରାୟଣ ଶତପଥିଙ୍କ ଅଧ୍ୟକ୍ଷତାରେ ବୌଦ୍ଧଜିଲା ବ୍ରାହ୍ମଣ ସମାଜ ଓ ଶ୍ରୀଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ରୁଦ୍ରଯଜ୍ଞ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଆଦିତ୍ୟ ମିଶ୍ର ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ବୈଦିକ ପଣ୍ଡିତ ସଙ୍ଗଠନର ସଭାପତି ସଞ୍ଜୀବ କୁମାର ପଣ୍ଡା ରୁଦ୍ରଯଜ୍ଞକୁ ସଫଳ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ। ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ସମାଜର ବିକାଶ ମାଧ୍ୟମରେ ରାଷ୍ଟ୍ରର ବିକାଶ କିପରି ହୋଇପାରିବ ମତପ୍ରକାଶ କରିଥିଲେ। ସୁପକାର ସଂଘର ବରିଷ୍ଠ ସଦସ୍ୟ ମୁରାରୀ ମିଶ୍ର, କାହ୍ନୁଚରଣ ମିଶ୍ର, ସନ୍ତୋଷ କୁମାର ପଣ୍ଡା ବ୍ରାହ୍ମଣ ସମାଜର ନୀତିନିୟମକୁ ସମ୍ମାନ ଦେବାପାଇଁ ମତାମତ ପ୍ରଦାନ କରିଥିଲେ।

ବ୍ରାହ୍ମଣ ସଙ୍ଗଠନ ଦ୍ୱାରା ଭୋଜି ବଂଟନ ସଂଘକୁ ସାମିଲ କରାଯିବା ପାଇଁ ମତପ୍ରକାଶ ପାଇଥିଲା। ଆସନ୍ତା ଦିନରେ ହେବାକୁ ଥିବା ରୁଦ୍ରଯଜ୍ଞରେ ନିଃସ୍ୱାର୍ଥପର ସେବା ଯୋଗାଇଦେବା ସହିତ ସଫଳତା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସଦସ୍ୟମାନେ ମତ ଦେଇଥିଲେ। ବିଭିନ୍ନ ଧର୍ମାନୁଷ୍ଠାନରେ ପ୍ରସ୍ତୁତ ହେଉଥିବା ପ୍ରସାଦକୁ ନୀତିକାନ୍ତି ନିର୍ଦ୍ଧାରୀତ ସମୟ ପୁର୍ବରୁ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା। ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ଯୋଶୀ ପାରାଲିଶିସ୍‍ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସଙ୍ଗଠନ ପକ୍ଷରୁ ଏବଂ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ରଞ୍ଜିତ କୁମାର ହୋତା, ମାନସ ମିଶ୍ର, ଶିବପ୍ରସାଦ ପାଣିଗ୍ରାହୀ ସମେତ ସୁପକାର ସଙ୍ଗଠନର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories