ସାମରିକ ବିମାନ ଉଡାଣ ଶିଖିବେ ବାୟୁସେନା ଡାକ୍ତର

0

ବେଙ୍ଗାଲୁରୁ : କୌଣସି ଯୁଦ୍ଧ ସମୟରେ ଏବଂ ପରେ ପାଇଲଟମାନେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ବାସ୍ତବ କାରଣ ବୁଝିବା ନିମନ୍ତେ ବାୟୁସେନା ୪୦ ବର୍ଷ ତଳର ପୁରୁଣା ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଏଣିକି ବାୟୁସେନାର ଡାକ୍ତରମାନଙ୍କୁ ସାମରିକ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦେବାକୁ ଯୋଜନା କରାଯାଇଛି। ଏ ସମ୍ବନ୍ଧରେ ବାୟୁସେନା ମୁଖ୍ୟ ବି. ଏସ୍‍. ଧନୋଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି। ସମ୍ପ୍ରତି ପାଇଲଟମାନେ ନୂତନ ଯୁଦ୍ଧ ବିମାନ ଚଳାଇବା ନେଇ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବିମାନ ଉଡାଣ ଜାଣିଥିବା ଡାକ୍ତର ବାୟୁସେନାରେ ସାମିଲ ହେବା ଦ୍ୱାରା ଏ ଦିଗରେ ଖୁବ୍‍ ସହାୟତା ମିଳିବ। ଜଣେ ପାଇଲଟ ଡାକ୍ତର ହେବା କଷ୍ଟକର; କିନ୍ତୁ ଜଣେ ଡାକ୍ତର ପାଇଲଟ ପ୍ରଶିକ୍ଷଣ ନେବା ସହଜ ହୋଇଥିବାରୁ ପାଇଲଟ-ଡାକ୍ତର ନିଯୁକ୍ତି ଯୋଜନା ଉପରେ ବିଚାର କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Leave A Reply