www.samajalive.in
Monday, December 15, 2025
17.1 C
Bhubaneswar

ପଟା ପଟା ଦାଗ ଥିବା ବିରଳ ଚିତାବାଘ ଠାବ

କୋହିମା: ନାଗାଲାଣ୍ଡରର କିଫାୟାର ଜିଲାରେ ବିରଳ ପଟା ପଟା ଦାଗ (କ୍ଲାଉଡେଡ) ଥିବା ଚିତାବାଘ ଠାବ କରାଯାଇଛି। ସମୁଦ୍ର ପତନରୁ ୩୭୦୦ ମିଟର ଉଚ୍ଚତାରେ ପୂର୍ବ ନାଗାଲାଣ୍ଡର ଥାନାମିର ଗ୍ରାମ ନିକଟରେ ଜଙ୍ଗଲରେ ଏହି ପ୍ରଜାତିର ଚିତା ଠାବ କରାଯାଇଛନ୍ତି। ପ୍ରଥମ ଥର ପାଇଁ ସେଠାରେ ଏଭଳି ଚିତାବାଘ ଦେଖିବାକୁ ମିଳିଛନ୍ତି। ଗବେଷକମାନଙ୍କର ଏକ ଦଳ ଭାରତ-ମ୍ୟାଁମାର ସୀମାନ୍ତରେ ଏହି ଚିତାବାଘଙ୍କର ଫଟୋ ଉଠାଇବାରେ ସଫଳ ହୋଇଛନ୍ତି। କୁହାଯାଉଛି ଯେ ଚିତାବାଘ ଠାବ କରାଯିବାରେ ଏହା ବିଶ୍ୱର ସର୍ବାଧିକ ଉଚ୍ଚତା ବିଶିଷ୍ଟ ସ୍ଥାନ ହୋଇଛି। ଗଛ ଚଢି ପାରୁଥିବା ଏହି ନିଓଫେଲିସ ନିବୁଲୋସା ହେଉଛନ୍ତି ବାଘ ପ୍ରଜାତିର ସବୁଠାରୁ ସାନ ଆକାର। ଏହି ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛନ୍ତି। ସ୍ଥାନୀୟ ଭାଷାରେ ଏହାକୁ ‘ଖେଫାକ’ ବୋଲି କୁହାଯାଉଛି, ଯାହାର ଅର୍ଥ ହେଉଛି ଧୂସର ରଙ୍ଗର ବାଘ। ଏହି ଧରଣର ଦୁଇଟି ବୟସ୍କ ଏବଂ ଦୁଇଟି ଚିତା ଶାବକକୁ ଠାବ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories