www.samajalive.in
Monday, December 15, 2025
17.1 C
Bhubaneswar

ଫେବ୍ରୁଆରୀରେ ଭାରତରେ ଦିନକୁ ଚିହ୍ନଟ ହେବେ ୫ ଲକ୍ଷ ସଂକ୍ରମିତ- ଆମେରିକା ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଫେବ୍ରୁଆରୀରେ ଭାରତରେ କୋଭିଡ-୧୯ର ତୃତୀୟ ଲହର ଶିଖର ଛୁଇଁବ । ଦେଶରେ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଦିନକୁ ପାଖାପାଖି ୫ ଲକ୍ଷ ସଂକ୍ରମିତ ବାହାରିବେ ବୋଲି ଆମେରିକାର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ୱାଶିଂଟନସ୍ଥିତ ଇନଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନର ଡାଇରେକ୍ଟର ଡା.କ୍ରିଷ୍ଟୋଫର ମୁରେ କହିଛନ୍ତି ଯେ ଭାରତରେ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଦିନକୁ ୫ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ବାହାରିବେ ଏବଂ ଏହି ସଂଖ୍ୟା ବୃଦ୍ଧିପାଇଚାଲିବ । ଏପରିକି ଦିନକୁ ୭ରୁ ୮ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି ବୋଲି ସେ ଆକଳନ କରିଛନ୍ତି । ଅବଶ୍ୟ ଓମିକ୍ରନ ପ୍ରକ୍ରରଣ କମ୍‍ ମାରାତ୍ମକ ହେବ ବୋଲି ସେ କହିଛନ୍ତି । ଡେଲଟା ପ୍ରକରଣ ତୁଳନାରେ ଏଥିରେ ଆକ୍ରାନ୍ତ ଲୋକ କମ ସଂଖ୍ୟାରେ ହସପିଟାଲରେ ଭର୍ତ୍ତିହେବେ ଏବଂ ମୃତ୍ୟୁସଂଖ୍ୟା କମ୍‍ ରହିବ ବୋଲି ଡା. ମୁରେ କହିଛନ୍ତି ।
ତେବେ ଓମିକ୍ରନ ପ୍ରକରଣକୁ ନେଇ ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍‍ ଘେବ୍ରେୟିସସ୍‍ କହିଛନ୍ତି ଯେ ଡେଲଟା ତୁଳନାରେ ଓମିକ୍ରନ ପ୍ରକରଣ କମ୍‍ ଘାତକ ହେଉଛି, କିନ୍ତୁ ଏହା ଅର୍ଥ ନୁହେଁ ଯେ ଏହା ବିପଜ୍ଜନକ ନୁହେଁ । ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ମଧ୍ୟ ହସପିଟାଲରେ ଭର୍ତ୍ତି ହେଉଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ପ୍ରକାଶ କରି ଡା. ଟେଡ୍ରୋସ କହିଛନ୍ତି, କୋଭିଡର ତୃତୀୟ ଲହର ସୁନାମି ଏତେ ବିଶାଳ ଓ କ୍ଷିପ୍ର ହେବ ଯେ ତାହା ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିବ । ସଂପ୍ରତି ହାସପାତାଳଗୁଡିକରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସେହି ଅନୁପାତରେ ଚିକିତ୍ସକ ଓ ଅନ୍ୟ ସହାୟକ କର୍ମଚାରୀଙ୍କର ଅଭାବ ରହିଛି । ଏହି କାରଣରୁ କେବଳ କୋଭିଡ ୧୯ ନୁହେଁ, ଅନ୍ୟ ରୋଗାକ୍ରାନ୍ତ ଲୋକ ମଧ୍ୟ ସଠିକ ସମୟରେ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡିବେ । ସୂଚନାଯୋଗ୍ୟ ଯେ ଭାରତରେ ସଂପ୍ରତି ତୃତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଏହା ଖୁବଶୀଘ୍ର ଶିଖର ଛୁଇଁବ ଏବଂ ତାହାପରେ ଏଥିରେ ହ୍ରାସ ପରିଲକ୍ଷିତ ହେବ ।
ଜଣେ ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ କମ୍‍ ଗୁରୁତର ହେଉଛନ୍ତି । ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଏହା କମ୍‍ ଘାତକ ହେଉଛି । ଏଥିରେ ଆକ୍ରାନ୍ତ ଲୋକମାନେ ପାଞ୍ଚରୁ ଛଅଦିନ ମଧ୍ୟରେ ସୁସ୍ଥ ହେଉଥିବା ପରିଲକ୍ଷିତ ହୋଇଛି । କୋଲକାତାସ୍ଥିତ ଉଡଲ୍ୟାଣ୍ଡସ ହସପିଟାଲର ପରିଚାଳନା ନିର୍ଦ୍ଦେଶିକା ଏବଂ ସିଇଓ ଡା.ରୁପାଲି ବସୁ କହିଛନ୍ତି, ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ଠାରେ ଫ୍ଲୁ ଭଳି ଜ୍ୱର ଏବଂ ଦୁର୍ବଳତା ଆଦି ଲକ୍ଷଣ ପ୍ରକାଶ ପାଉଛି । ଅବଶ୍ୟ କିଛି ରୋଗୀଙ୍କ କ୍ଷେତ୍ରରେ ସ୍ୱାଦ ଓ ଆଘ୍ରାଣ ଶକ୍ତି ହ୍ରାସପାଉଥିବା ଲକ୍ଷ୍ୟ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories