www.samajalive.in
Sunday, December 14, 2025
26.1 C
Bhubaneswar

ରେଳଯାତ୍ରାରେ ସାମ୍ବାଦିକଙ୍କୁ ୫୦% ରିହାତି ଦାବି, ରେଳମନ୍ତ୍ରୀଙ୍କୁ ସାମ୍ବାଦିକ ସଂଘର ସ୍ମାରକପତ୍ର

ଆଠଗଡ଼: ଦେଶର ଯେକୌଣସି ସ୍ଥାନକୁ ରେଳଯାତ୍ରା ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଭାରତର ରେଳମନ୍ତ୍ରୀଙ୍କୁୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି। ଶୁକ୍ରବାର ସକାଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଧବପୁରସ୍ଥିତ ଗୋପବନ୍ଧୁ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନକୁ ପରିଦର୍ଶନରେ ଆସି ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡ଼ି ଉଦ୍‍ଘାଟନ କରିବା ଅବସରରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏହି ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସୁଜିତ ପଟ୍ଟନାୟକ, ଆଠଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସମ୍ପାଦକ ସନ୍ତୋଷ ବାରିକ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା ପ୍ରମୁଖ ରେଳମନ୍ତ୍ରୀଙ୍କୁ ସାକ୍ଷତି ଏହି ଦାବିପତ୍ର ପ୍ରଦାନ କରିଥିଲେ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଦାବିକୁ ଗୁରୁତର ସହ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories