www.samajalive.in
Sunday, December 14, 2025
26.1 C
Bhubaneswar

କାର୍ଡ ପକ୍ଷରୁ ବାୟୋସେନ୍ସରର ଉପଯୋଗୀତା ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ, ଆଇଆଇଏମ ସମ୍ବଲପୁର, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ୱ।ଲଡ଼୍ ହ୍ୟୁମାନ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ କନ୍ଫରେନ୍ସର ୮୬ତମ ଆଲୋଚନା ଚକ୍ର ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଫ୍ଲୋରିଡା ପଲିଟେକନିକ ବିଶ୍ୱବିଦ୍ୟାଳୟ ଆମେରିକାରୁ ରସାୟନ ବିଜ୍ଞାନର ପ୍ରାଧ୍ୟାପକ ତଥା ଗବେଷକ ପ୍ରଫେସର ଅଜିତ କୌଶିକ ମୂଖ୍ୟବକ୍ତା ଭାବେ ଯୋଗ ଦେଇ,ସ୍ମାର୍ଟ ବାୟୋସେନ୍ସର୍ସ ଫର ପରସୋନାଲାଇଜଡ଼ ହେଲ୍ଥ ୱେଲନେସ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର କୌଶିକ ଏକବିଂଶ ଶତାବ୍ଦୀରେ ଭେଷଜ ଗବେଷଣାର ବିଭିନ୍ନ ଦିଗ, ନାନୋ ମେଡ଼ିସିନ ଓ ବାୟୋସେନ୍ସରର ଉପଯୋଗୀତା ସହିତ ପରିବେଶ ଓ ବଦଳୁଥିବା ଖାଦ୍ୟଭ୍ୟାସ ଉପରେ ମତ ପ୍ରକାଶ କରିଥିଲେ। କନ୍ଫରେନ୍ସର କନଭେନର ତଥା ବିଶିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ତଥା ସମାଜସେବୀ ଚାରୁଦତ୍ତ ପାଣିଗ୍ରାହୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଲିତା, କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କାର୍ଡର ଯୁଗ୍ମ ନିର୍ଦେଶକ ଅଧ୍ୟପାକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପରେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ବିଷୟ ବସ୍ତୁ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।

- Advertisement -

ଆଲୋଚନାଚକ୍ରର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟପାକ ଶ୍ରବଣ ବାଗ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏନ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ବିକଳି ଚରଣ ଦାସ, ଡ଼ ସାମୁଏଲ ଲିମା, ଡ଼ କମଳ ପ୍ରସାଦ ମହାନ୍ତି, ଡା. ପ୍ରୀତି ଶ୍ରୀରଞ୍ଜନ, ଡ଼ ନୁପୁର ପଟନାୟକ, ଡ଼ ନେହା ଶର୍ମା, ଶୁଭମ ଦାସ, ଡ଼ ନିନା ଦାଶ, ଡ଼ ଅମୁଲ୍ୟ ଆଚାର୍ଯ୍ୟ, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଶେଷରେ ରୁଦ୍ରନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories