www.samajalive.in
Sunday, December 7, 2025
14.1 C
Bhubaneswar

ଓମାନର ସୋହାରରେ ନୂଆଖାଇ ଭେଟଘାଟ୍

ସୋହାର :   ଦେଶ ବିଦେଶରେ ନୂଆଖାଇ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ଶୁକ୍ରବାର ଓମାନର ସୋହାରଠାରେ ପାଳିତ ହୋଇଯାଇଛି । ମା ସମଲେଶ୍ବରୀ , ପ୍ରଭୁ ଶ୍ରୀଜନ୍ନାଥଙ୍କ ଆରାଧନା, ନବାନ୍ନ ପ୍ରାସାଦ ସେବନ  ସହ କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଥିଲା । କୃଷ୍ଣ ପ୍ରାସାଦ ରଥଙ୍କ ଦ୍ଵାରା ପରିବେଷିତ ଗଣେଶ ବନ୍ଦନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା । ସୀତାକାନ୍ତ  ବେରିହା  ନୂଆଖାଇର ମହତ୍ତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ବର୍ଗର ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ,  କଉତୁକ ପୋଷାକ  ଏବଂ ମହିଳାମାନଙ୍କ ଝୋଟି ପ୍ରତିଯୋଗିତା ଆଦି  ଅନୁଷ୍ଠିତ କରାଯାଇଥିଲା ।

- Advertisement -

ରଘୁନାଥ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ରଥ, ସୁଇଟି,  ପୁରବାସୀ ରେଡ୍ଡି , ମୀନାକ୍ଷିଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ  ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହୋଇପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବ, ଅପୂର୍ବା , ଅର୍ଣ୍ଣବ, ତ୍ରିଶା, ପରୀ , ରାନୀ, ମେଘନା ଓ ଦିଶା ପ୍ରମୁଖ ଶିଶୁ କଳାକାର ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ନୂଆଖାଇ କାର୍ଯ୍ୟକ୍ରମ ସୁରୁଖୁରରେ ସଂପାଦିତ ହୋଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories