ଓମାନର ସୋହାରରେ ନୂଆଖାଇ ଭେଟଘାଟ୍
ସୋହାର : ଦେଶ ବିଦେଶରେ ନୂଆଖାଇ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ଶୁକ୍ରବାର ଓମାନର ସୋହାରଠାରେ ପାଳିତ ହୋଇଯାଇଛି । ମା ସମଲେଶ୍ବରୀ , ପ୍ରଭୁ ଶ୍ରୀଜନ୍ନାଥଙ୍କ ଆରାଧନା, ନବାନ୍ନ ପ୍ରାସାଦ ସେବନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କୃଷ୍ଣ ପ୍ରାସାଦ ରଥଙ୍କ ଦ୍ଵାରା ପରିବେଷିତ ଗଣେଶ ବନ୍ଦନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା । ସୀତାକାନ୍ତ ବେରିହା ନୂଆଖାଇର ମହତ୍ତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ବର୍ଗର ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, କଉତୁକ ପୋଷାକ ଏବଂ ମହିଳାମାନଙ୍କ ଝୋଟି ପ୍ରତିଯୋଗିତା ଆଦି ଅନୁଷ୍ଠିତ କରାଯାଇଥିଲା ।
ରଘୁନାଥ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ରଥ, ସୁଇଟି, ପୁରବାସୀ ରେଡ୍ଡି , ମୀନାକ୍ଷିଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହୋଇପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବ, ଅପୂର୍ବା , ଅର୍ଣ୍ଣବ, ତ୍ରିଶା, ପରୀ , ରାନୀ, ମେଘନା ଓ ଦିଶା ପ୍ରମୁଖ ଶିଶୁ କଳାକାର ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ନୂଆଖାଇ କାର୍ଯ୍ୟକ୍ରମ ସୁରୁଖୁରରେ ସଂପାଦିତ ହୋଇଛି।