www.samajalive.in
Tuesday, December 9, 2025
16.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟରେ କୋଭିଡ ଟୀକାକରଣ

ଗଞ୍ଜାମ: ଗଂଜାମ ମହାବିଦ୍ୟାଳୟରେ ରେଡ଼କ୍ରସ ସଂସ୍ଥା ଆନୁକୂଲ୍ୟରେ ମହାବିଦ୍ୟାଳୟ ରେ ଗଂଜାମ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ୧୫ ବର୍ଷରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀ ଙ୍କୁ କୋଭିଡ ଟୀକାକରଣ କରାଯାଇଛି।ଏହି ଶିବିର କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଉଦଘାଟନ କରିଥିଲେ।ମହାବିଦ୍ୟାଳୟ ରେଡ଼କ୍ରସ ସଂସ୍ଥା ର କାଉନସିଲର ଅଧ୍ୟାପକ ନିଗମ ସ୍ବାଇଁ ଓ ଅଧ୍ୟାପିକା ଅନିତା ପାଣିଗ୍ରାହୀ ଶିବିରଟିକୁ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ଼ଃ.ଅମର ପ୍ରସାଦ ବିଶୋଇ ଶିବିରଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଇ କ୍ୟୁ ଏସ ସି କୋଡିନେଟର ଡ଼ଃ.ସ୍ମରଣୀକା ହୋତା ,ନାକ୍‍ କୋଡ଼ିନେଟର ଡ଼ଃ.ପୁରୁଷୋତ୍ତମ ସାହୁ,ପ୍ରାଧ୍ୟାପକ ଭାଗିରଥି ପଲାଇ ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଶିକ୍ଷା କର୍ମଚାରୀ ମାନେ ଉପସ୍ଥିତ ରହି ଶିବିରର ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସହାୟକ ହୋଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ନାୟକ,ସୌମ୍ୟ ରଞ୍ଜନ ପଣ୍ଡା,ସୁଭଦ୍ରା ପ୍ରିୟଦର୍ଶିନୀ,ସୃତିରାଣୀ ପାତ୍ର,ଆଶୁତୋଷ ବାରିକ, ଆଶିଷ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସ୍ବାସ୍ଥ୍ୟସେବୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଥିଲେ।ପ୍ରଥମ ଦିବସରେ ୨୨୦ ଛାତ୍ରଛାତ୍ରୀ ଙ୍କୁ କୋଭିଡ ଟୀକାକରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାଉନସିଲର ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories