www.samajalive.in
Saturday, December 13, 2025
27.1 C
Bhubaneswar

ମୋଦୀଙ୍କ ସୁରକ୍ଷା ଉଲ୍ଲଂଘନ ନେଇ ପଞ୍ଜାବ ସରକାରକୁ ନଡ୍ଡାଙ୍କ ନିନ୍ଦା

ନୂଆଦିଲ୍ଲୀ: ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଫିରୋଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହେବା ପରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ପଞ୍ଜାବର କଂଗ୍ରେସ ସରକାରକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାରକେଡ଼କୁ ସୁରକ୍ଷିତ ଓ ନିରାପଦ ଭାବେ ଯାତ୍ରା କରିବା ଲାଗି ବ୍ୟବସ୍ତା ନ କରାଇବା ନେଇ ସେ ପଞ୍ଜାବ ସରକାରକୁ ଦାୟୀ କରିଛନ୍ତି।

ସେ ଏହି ଘଟଣାକୁ ଏକ ବଡ ସୁରକ୍ଷାଜନିତ ତ୍ରୁଟି ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତାରେ ବିକ୍ଷୋଭକାରୀମାନଙ୍କୁ ରାଜ୍ୟ ସରକାର ବିରୋଧକାରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଘୋଷଣା ନ କରାଇଦେବାକୁ ଏହା ପଞ୍ଜାବ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ନଡ୍ଡା ଅଭିଯୋଗ କରିଛନ୍ତି।

- Advertisement -

ପଞ୍ଜାବର ମୁଖ୍ୟ ସଚିବ ତଥା ପୁଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀକୁ ନିଶ୍ଚିତ କରାଇବା ପରେ ପ୍ରଧାନମନ୍ତ୍ରୀ ଯାଉଥିବା ମାର୍ଗରେ କୃଷକମାନଙ୍କୁ ପହଞ୍ଚିବାକୁ କିପରି ଅନୁମତି ଦିଆଗଲା ବୋଲି ବିଜେପି ମୁଖ୍ୟ ପ୍ରଶ୍ନ କରିଛନ୍ତି। ବୁଧବାର ଦିନ ପଞ୍ଜାବ ଫିରୋଜପୁରରେ ମୋଦୀଙ୍କ ପ୍ରଥମ ରାଲି ବାତିଲ ହେବା ପରେ ନଡ୍ଡା ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ସମାଲୋଚନା କରି ନଡ୍ଡା କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଆହୁରି ଅଧିକ ଖରାପ କରୁଛନ୍ତି, ସେ ଫୋନ କଲ ମଧ୍ୟ ଗ୍ରହଣ କରୁନାହାନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଯେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପଞ୍ଜାବ କଂଗ୍ରେସ ସରକାରଙ୍କ ଏଭଳି ବ୍ୟବହାର ଯନ୍ତ୍ରଣା ଦେବ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories